୭୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ପାଇଁ ଖଣିଜ ପାଣ୍ଠିରୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି । ଏବଂ ଗାଁର ୩ ଶହ ପରିବାରଙ୍କ ଘରକୁ ପାଇପ ବି ସଂଯୋଗ କରାଯାଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କିଛି ଦିନ ଅଧାପନ୍ତରିଆ ଭାବେ ଚାଲିଥବା ବେଳେ ଆଜିକୁ ପ୍ରାୟ ବର୍ଷେ ହେବ ପାଣି ଆସୁନି ଆଉ ଭଙ୍ଗା ଅବସ୍ଥାରେ ପଡିଛି । ଅନ୍ୟ ପକ୍ଷରେ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଓ ହେଲପ୍ ଲାଇନ୍ କୁ ବାରମ୍ବାର ଅଭିଯୋଗ ପରେ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯେୋଗ କରିଛନ୍ତି ।
ତେବେ ଏ ସମ୍ପର୍କରେ ଅନୁଗୋଳ ଜିଲ୍ଲା ସିର୍ଦ୍ଧାର୍ଥ ସଙ୍କର ସ୍ବାଇଁ କହିଛନ୍ତି ଯେ , ଯଦି ଭିତିଭୂମି ରହିଛି ତାହେଲେ ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ । ତୁରନ୍ତ ନିର୍ମାଣ ଆରମ୍ଭରୁ ଖରାପ ହୋଇପଡ଼ିଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ଚାଲୁକରାଯାଇଛି। ଗ୍ରାମବାସୀଙ୍କ ପାଇଁ କେବେ ପାଣିର ସଠିକ ବ୍ୟବସ୍ଥା କରାଯାଉଛି ତା ଉପରେ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: