ସେପଟେ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ବାକି ୧୭ ଓଡ଼ିଆ ସାଂସଦ ନେଇଛନ୍ତି ଶପଥ। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଏବଂ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ। ସେହିପରି ବୈଜୟନ୍ତ ପଣ୍ଡା, ସମ୍ବିତ୍ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ଅନିତା ଶୁଭଦର୍ଶିନୀ, ସଙ୍ଗୀତା କୁମାରୀ ସିଂହଦେଓ, ମାଳବିକା ଦେବୀ, ପ୍ରଦୀପ ପୁରୋହିତ, ଅନନ୍ତ ନାୟକ, ଅଭିମନ୍ୟୁ ସେଠୀ, ଡ. ରବିନ୍ଦ୍ର ନାରାୟଣ ବେହେରା, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ। ଲୋକସଭାରେ 542 ଆସନରୁ ଏନଡିଏ ପାଖରେ 293 ଆସନ ରହିଛି। ତେଣୁ ନିଜ ପସନ୍ଦର ବାଚସ୍ପତି ଚୟନ କରିବା ଲାଗି ଏନଡିଏ ପାଇଁ କଷ୍ଟକର ହେବନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: