“ବିକଶିତ ଭାରତ ଗଠନ” ଓ ମୋଦିଙ୍କ ଗ୍ୟାରେଂଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି । ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ । ମୋଦି ଗ୍ୟାରେଂଟିର ସୁଲାଭରୁ ବଂଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଂଟିର ସୁଲାଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ ହଟାଇବାର ଦାୟୀତ୍ୱ ହେଉଛି ଓଡିଶାବାସୀଙ୍କର । ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ “ଓଡ଼ିଶାରେ ଡବଲ ଇଞ୍ଜିନ” ସରକାର ଗଠନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ବିଜେପି କାର୍ଯ୍ୟକର୍ତା ଆଧାରିତ ଦଳ । ଅନୁଭବ, ଅଭିଜ୍ଞତା ଓ ଅନୁଭୂତିରେ ତୃଣମୂଳସ୍ତରରେ ସାଧାରଣ ନିର୍ବାଚନ ଲଢ଼ିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରି ବିଶ୍ୱଗୁରୁ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହା ପୂରଣ ହେବ । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନିତ ହେବା ପାଇଁ ମୋଦି ଚେଷ୍ଟା ଚଳାଇଛନ୍ତି । ଭାରତକୁ ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ ପ୍ରୟାସରତ ଅଛନ୍ତି । ତାଙ୍କ ଏହି ଅଭିପ୍ସାକୁ ଦଳର ପ୍ରତିଟି ନେତା ଏବଂ କାର୍ଯ୍ୟକର୍ତା ନିଶ୍ଚିତ ପୂରଣ କରି ଦେଖାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଗତ ଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ଓ ଏହାପରେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଓଡ଼ିଶା ଆସିଥିଲେ । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା କାଲି ୨୨ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ସିଂହ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ । ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଅଳ୍ପଦିନ ଭିତରେ ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଚଣ୍ଡିଖୋଲ ଜନସାଧାରଣ ସଭାରେ ଭାଷଣ ଦେବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।