ଅର୍ଗସ ବ୍ୟୁରୋ : ଅର୍ଗସରେ ବାଜିଲା ଖବର । ସୀମାରେ ହେଲା ମାପ ଚୁପ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହେଲା ସରଜମିନ ତଦନ୍ତ । ନୂଆପଡା ଜିଲ୍ଲା ସୀମାନ୍ତ କୁସୁମଜୋର ପଞ୍ଚାୟତର ସୀମା ରାସ୍ତା । ରାସ୍ତାରେ ମନରେଗା ରେ ମରାମତି କାମ ହେଉଥିଲା l ହେଲେ ଏହି ରାସ୍ତା କାମକୁ ବିରୋଧ କରିଥିଲା ଛତିଶଗଡ ସ୍ଥାନୀୟ ପ୍ରଶାସନ l ଯାହାପରେ ସୀମା ବିବାଦ ଉପୁଜିଥିଲା । ଏବେ ସୀମା ରାସ୍ତା ମାପ ଚୁପ ହୋଇଛି, ରାସ୍ତା ର କିଛି ଅଂଶ ଓଡିଶା ଏବଂ କିଛି ଅଂଶ ଛତିଶଗଡ ରେ ଯାଉଥିବା ଦୁଇ ରାଜ୍ୟର ସ୍ଥାନୀୟ ତହସିଲଦାର କହିଛନ୍ତି । ତେଣୁ ରାସ୍ତା ନିର୍ମାଣ କାମ, ଦୁଇ ରାଜ୍ୟ କରିବାକୁ ଆଲୋଚନା ହୋଇଛି । ହେଲେ ଏହା ସ୍ଥାୟୀ ସମାଧାନ ହୋଇ ନ ଥିବାରୁ ଅସନ୍ତୋଷ ବଢିଛି ।
ଅଧିକ ପଢନ୍ତୁ ଓଡ଼ଶା ଖବର
ଉକ୍ତ ରାସ୍ତା କାମକୁ ଛତିଶଗଡ ବିରୋଧ କରିବା ଘଟଣା ପ୍ରଥମେ ଅର୍ଗସ ନିୟୁଜରେ ଖବର ପ୍ରଶାରଣ ହୋଇଥିଲା । ପରେ ପ୍ରଶାସନ ଚେତି ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ ଆଉ ଏବେ ଓଡିଶା ପକ୍ଷରୁ ନୂଆପଡା ଉପ ଜିଲ୍ଲାପାଳ, ସିନାପାଲି ତହସିଲଦାର, ବିଡିଓ ଏବଂ ଛତିଶଗଡ ପକ୍ଷରୁ ତହସିଲଦାର, ବିଡିଓ ଏବଂ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ମାପ ଚୁପ ହୋଇଛି । ହେଲେ ଉକ୍ତ ରାସ୍ତାକୁ ଛତିଶଗଡର ସ୍ଥାନୀୟ ପ୍ରଶାସନ ମଧ୍ୟ ରାସ୍ତା କାମ କରିବାକୁ ଜିଦ ଧରି ବସିଛି । ରାସ୍ତା କାମକୁ ଉଭୟ ରାଜ୍ୟ କାମ କରିବାକୁ ନିଷ୍ପତି ହୋଇଛି । ହେଲେ ସ୍ଥାୟୀ ସମାଧାନ ହୋଇନାହିଁ କି ସୀମା ଚିନ୍ହଟ ହୋଇ ଖୁଣ୍ଟ ପୋତା ଯାଇ ନାହିଁ ତେଣୁ ସୀମାରେ ଅସନ୍ତୋଷ ଲାଗିଛି ।