ବିଜୁ ଜନତା ଦଳ ଚାଷୀଙ୍କ ବଳ ସ୍ଲୋଗାନ୍ କେବଳ ପ୍ରଚାର ପାଇଁ। ରାଜ୍ୟରେ ଚାଷୀଙ୍କୁ ମିଳିଛି ପ୍ରତାରଣା
ପ୍ରତାରଣା ନମ୍ବର-1
କାଳିଆ 10ରୁ 4 ହଜାର
2019 ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କାଳିଆ ଯୋଜନା। ଦୁଇଟି କିସ୍ତିରେ ବର୍ଷକୁ 10 ହଜାର ଟଙ୍କା ଦେବେ ବୋଲି କହିଲେ। 10 ହଜାର ଟଙ୍କା ଖସିଆସିଲା 4 ହଜାରକୁ। ଏବେ ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବଂଚିତ। ପଦମପୁରରେ ବି ଚାଷୀଙ୍କ ଅଭିଯୋଗ, ମିଳୁନି କାଳିଆ ଟଙ୍କା।
ପ୍ରତାରଣା ନମ୍ବର-2
ମଣ୍ଡି-ମିଲର-ମଧୁଚନ୍ଦ୍ରିକା
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2040 ଟଙ୍କା ଧାର୍ଯ୍ୟ କରିଛନ୍ତି । ହେଲେ ମିଲରଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକାରେ ଏସଏସପି ପାଉନାହିଁ ଚାଷୀ । ଦଲାଲଙ୍କ ମାଧ୍ୟମରେ ହଜାର 12 ଶହ ଟଙ୍କାରେ ଚାଷୀ ବିକ୍ରି କରୁଛି ଧାନ। ମଣ୍ଡି ଅବ୍ୟବସ୍ଥା ବି ନାକେଦମ୍ କରୁଛି ଚାଷୀଙ୍କୁ। ପଦମପୁରରେ ବି ମଣ୍ଡି ପାଇଁ ଚାଷୀ ହେଉଛି ହୀନସ୍ତା।
ପ୍ରତାରଣା ନମ୍ବର-3
ଡବଲ୍ ଇନକମ୍
ଚାଷୀଙ୍କ ଆୟ ଦ୍ବିଗୁଣ କରିଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ହେଲେ ଓଡ଼ିଶା ରେ ଚାଷୀଙ୍କ ମାସିକ ଆୟ 5112 ଟଙ୍କା। ଯାହାକି ଦେଶରେ ତଳଆଡୁ ଦ୍ବିତୀୟ। ଝାଡଖଣ୍ଡ ଉପରେ ଓଡିଶା।
ପ୍ରତାରଣା ନମ୍ବର-4
35 ପ୍ରତିଶତ ଜଳସେଚନ
2005ରେ ରାଜ୍ୟ ସରକାର ଘୋଷଣା କଲେ 314 ବ୍ଲକକୁ ସର୍ବନିମ୍ନ 35 ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯିବ। 17 ବର୍ଷ ପରେ ବି ଅନେକ ବ୍ଲକରେ ନାହିଁ ଜଳସେଚନ ବ୍ୟବସ୍ଥା।
ପ୍ରଚାରଣା ନମ୍ବର-5
100 ଟଙ୍କା ବୋନସ୍
2015 ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ପ୍ରତି ଶହେ କ୍ବିଣ୍ଟାଲ ଧାନରେ ଦିଆଯିବ ଶହେ ଟଙ୍କା । 7 ବର୍ଷ ପରେ ବି ମିଳିନି ବୋନସ୍ । ପଦମପୁରରେ ବି ଚାଷୀଙ୍କ ଅଭିଯୋଗ, ପ୍ରତିଶ୍ରୁତି ଦେଇ ଠକିଦେଲେ ସରକାର। ଗୋଟିଏ ପଟେ ଚାଷୀ ଗଡରେ ଥିବେ ମୁଖ୍ୟମନ୍ତ୍ରୀ, ଯେଉଁଠି ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଚାଷ ଓ ଚାଷୀଙ୍କ ସମସ୍ୟା। ଆଉ ଏପଟେ ରାଜଧାନୀରେ ହେବ ଚାଷୀ ସମାବେଶ।