ତେବେ ବାରମ୍ବାର ପଚାରିଲେ ସେ କହୁଛନ୍ତି ଯେ ଆମେ ରାଜା ସ୍ୱାଇଁଙ୍କ ଅଫିସରୁ କହୁଛୁ । ରାଜା ସ୍ବାଇଁ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ କିଏ କୋଉ ଯୋଜନା ପାଇଛି ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଥିବାବେଳେ ସେ ସମସ୍ତ ତଥ୍ୟର ପାଇଥିବା ହିତାଧିକାରୀମାନଙ୍କୁ ଲୋକ ଲଗାଇ ଫୋନ କରି ରାଜା ସ୍ବାଇଁଙ୍କୁ ଭୋଟ ଦେବାକୁ କହୁଛନ୍ତି । ନଚେତ ପାଇଥିବା ଯୋଜନା ଗୁଡିକ କାଟି ଦିଆଯିବ ବୋଲି କହୁଛନ୍ତି ।
ତେବେ ଏଭଳି ଫୋନ କଲ୍ କରି ରାଜା ସ୍ବାଇଁ କ'ଣ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି । ଏହା କ'ଣ ଏକ ପ୍ରକାରର ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନୁହେଁ କି ? ତେବେ ଏଥିପ୍ରତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦୃଷ୍ଟି ଦେବାକୁ ଫୋନ କଲ୍ ଆସିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...