ସବିତାଙ୍କ ସ୍ୱାମୀ ଗ୍ରାମଙ୍କୁ ଦାସୀ ଡାକୁଛନ୍ତି ବୋଲି କହିଥିଲେ । ପରେ ଗ୍ରାମର ମୁଖିଆ ଓ ଅନ୍ୟ ଜଣକୁ ନିଆଁ ଝୁଣା ମାଡ଼ କରିଥିଲେ । ନିଆଁ ଝୁଣା ମାଡରେ ତିନି ଜଣ ଆହତ ହୋଇଛନ୍ତି । କମର୍ଦା ଥାନାରେ ଅଭିଯୋଗ ହୋଇଥିବା ସୂଚନା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଠାକୁରାଣୀଙ୍କ ନାମରେ ସାଧାରଣ ଲୋକଙ୍କୁ ନିଆଁ ଝୁଣା ମାଡ଼। ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରସଲପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନିର୍ମାଣକୁ ନେଇ ଦୀର୍ଘ ବିବାଦ ଲାଗି ରହିଥିଲା । ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଅଙ୍ଗନବାଡି ହେବା ନେଇ ଗ୍ରାମର ମୁଖିଆ ସମେତ ଅନ୍ୟଗ୍ରାମ ବାସୀ ଦାବି କରୁଥିଲେ । ଯାହାକୁ ସବିତା ସାହୁ ଓ ଅନ୍ୟ କିଛି ଗ୍ରାମବାସି ମଧ୍ୟ ବିରୋଧ କରିଥିଲେ ।
ସବିତାଙ୍କ ସ୍ୱାମୀ ଗ୍ରାମଙ୍କୁ ଦାସୀ ଡାକୁଛନ୍ତି ବୋଲି କହିଥିଲେ । ପରେ ଗ୍ରାମର ମୁଖିଆ ଓ ଅନ୍ୟ ଜଣକୁ ନିଆଁ ଝୁଣା ମାଡ଼ କରିଥିଲେ । ନିଆଁ ଝୁଣା ମାଡରେ ତିନି ଜଣ ଆହତ ହୋଇଛନ୍ତି । କମର୍ଦା ଥାନାରେ ଅଭିଯୋଗ ହୋଇଥିବା ସୂଚନା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
କଳାହାଣ୍ଡି: ବିଲମ୍ବରେ ଖୋଲିଲା ମୁଖିଗୁଡା ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ମଣ୍ଡି। ମରୁଡି ସହି ସ୍ବଳ୍ପ ପରିମାଣର ଅମଳ ହୋଇଥିବା ବେଳେ କମ ଦିନରେ ଅମଳ ସରିଯାଇଥିଲା। ମେଘୁଆ ପାଗ ପାଇଁ ଚିନ୍ତାରେ ଥିଲେ ଚାଷୀ। ଅନ୍ୟପଟେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି ହେଉଥିଲା। କିନ୍ତୁ ମଣ୍ଡି ଖୋଲିନଥିଲା, ଯାହାର ଫାଇଦା ନେଇ ଦଲାଲ କମଦରରେ ଧାନକିଣି ଛତିଶଗଡ କୁ ଚାଲାଣ କରୁଥିଲେ।୨୯ ତାରିଖ ମଣ୍ଡି ଖୋଲିବା ପରେ ମଧ୍ୟ ଅବ୍ୟବସ୍ଥା ସାମ୍ନା କୁ ଆସିଥିଲା।
କଟନି ଛଟନି ନାଁ ରେ ୫ରୁ ୧୦ କେଜି ପ୍ରତି କ୍ଵିଣ୍ଟାଲ ରେ ଅନୁମାନ କରି କାଟୁଛନ୍ତି। ନ ହେଲେ ଧାନ ଉଠେଇବା ପାଇଁ ମନାକରୁଛନ୍ତି, ଟୋକେନ ନୁହେଁ ମିଲର୍ସ ଙ୍କ ଇଚ୍ଛା ଅନୁସାରେ ଧାନ ବିକ୍ରି ହେଉଛି। ସମବାୟ ସମିତି ଧାନ କିଣି ମିଲର୍ସ କୁ ଦେବା ବଦଳରେ ମିଲର୍ସ ଏଜେଣ୍ଡ ଚାଷୀ ଙ୍କୁ ଶୋଷଣ କରୁଛନ୍ତି। ମଣ୍ଡି ମାନଙ୍କରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଆରଏମସି କୁ କୋଟି କୋଟି ଟଙ୍କା ଆସୁଛି ହେଲେ ଚାଷୀଙ୍କ ପାଇଁ ବ୍ୟବସ୍ଥା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଚାଷୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆରେ ଚାଲିଥିବା ମୁଖ୍ୟ କୋଚକୁ ନେଇ ସସପେନ୍ସ ଲାଗି ରହିଥିଲା। BCCI ଆଜି ଏହାର ସମାଧାନ କରିଛି। ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍ ପାରସ୍ ହାମ୍ବ୍ରେଙ୍କ ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କର ବି କାର୍ଯ୍ୟକାଳ ବୃଦ୍ଧି ପାଇଛି।
ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିସିଆଇ ସ୍ପଷ୍ଟ ନ କରିଥିଲେ ବି ରାହୁଲ ଅତି କମ୍ରେ ୨୦୨୪ ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ମିଳିଥିଲା। ଯାହାକି ଏହି ମାସ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଏବଂ ଏକ ଦିନିକିଅର ବିଶ୍ୱକପରେ ରନର୍ସଅପ୍ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।
ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର