ଲୋକେ କାମ ଥିଲେ ହିଁ ବାହାରକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ଜଳ ଛତ୍ର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଆଖୁ, ଲସି ଦୋକାନ ଗୁଡିକ ମଧ୍ୟ ଖାଁ ଖାଁ ଲାଗୁଛି।
ଅଧିକ ପଢନ୍ତୁ ଓଡିଶା ଖବର
ବଲାଙ୍ଗିର: ଟିଟିଲାଗଡ଼ ଏବେ ତତଲାଗଡ଼ ପାଲଟିଛି। ଆକାଶ ରୁ ନିଆଁ ବର୍ଷା ହେଲା ଭଳି ଲାଗୁ ଥିବା ବେଳେ ରାସ୍ତାଘାଟ ଗୁଡିକ ଖାଁ ଖାଁ ଲାଗୁଛି। ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ସକାଳୁ 9 ରୁ 4 ଟା ପର୍ଯ୍ୟନ୍ତ ଘର ବାହାରକୁ ବାହାରିବା ପାଇଁ ମୁସ୍କିଲ ହୋଇପଡୁଛି।
ଲୋକେ କାମ ଥିଲେ ହିଁ ବାହାରକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ଜଳ ଛତ୍ର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଆଖୁ, ଲସି ଦୋକାନ ଗୁଡିକ ମଧ୍ୟ ଖାଁ ଖାଁ ଲାଗୁଛି।
ଅଧିକ ପଢନ୍ତୁ ଓଡିଶା ଖବର
କେଉଁଝର : ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। କୁଚକ୍ରୀଙ୍କ ଚକ୍ରାନ୍ତ ରେ ମୋ ଟିକେଟ କଟା ଯାଇଛି । ବିଜେଡି ରେ ଟିକେଟ ପାଇଁ ପଇସା କାରବାର ହେଉଛି । ଆଗରୁ ମୋତେ କୁହାଯାଇଥିଲା ଟିକେଟ ଦିଆଯିବ ବୋଲି, କିନ୍ତୁ ମୋ ଠାରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା ଲୋକଙ୍କୁ ଟିକେଟ ମିଳିଛି । ପୁର୍ବରୁ ରଥଯାତ୍ରା ଦିନ ପାଣ୍ଡିଆନ ମୋତେ ଏବଂ ଆଉ ଦୁଇ ଜଣକୁ ଡାକି ତୁମର ଟିକେଟ ଫାଇନାଲ ଅଧିକ ବ୍ୟବଧାନରେ ଜିତିବା ପାଇଁ ଲାଗିପଡ଼ ବୋଲି କହିଥିଲେ ।
ଅଧିକ ପଢନ୍ତୁ : ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି
କିନ୍ତୁ ଶେଷ ମୁହୁର୍ତ୍ତ ରେ ଚକ୍ରାନ୍ତ କରି ମୋ ଟିକେଟ କୁ କାଟିଦେଲେ । ମୁଁ ଶୁଣିଛି ଟିକେଟ ପାଇଁ ପଇସା କାରବାର ହେଉଛି, ମୁଁ କାହା ନାଆଁ ନେବିନି ମୋ ପାଖରେ ତ ପଇସା ନାହିଁ ମୁଁ ପଇସା ଦେଇକି କୋଉଠୁ ଟିକେଟ ଆଣିବି ବୋଲି ଭାଗିରଥି ସେଠୀ କହିଛନ୍ତି । ମୁଁ ଆଗକୁ କେଉଁ ଦଳକୁ ଯିବି ନିଷ୍ପତି ନେଇ ନାହିଁ , ମୋର ପୁତୁରା ଶାନ୍ତନୁ ସେଠୀ କୁ ଆଗକୁ ଆଣିବି ଏବଂ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କୁ ହରାଇବା ମୋର ମୁଖ୍ୟ ଲକ୍ଷ୍ୟ ଅଛି ।
ଅର୍ଗସ ବ୍ୟୁରୋ: ମେ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରେ ଦିନ ୧୦ଟାରେ ବିଶାଳ ରୋଡ଼ ସୋ କରିବେ ମୋଦି ବୋଲି ସୂଚନା ରହିଛି।
ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ଶାହ ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବ୍ରହ୍ମପୁର ଏବଂ ନବରଙ୍ଗପୁର ଜନସଭାକୁ ସମ୍ୱୋଧିତ କରିବୋ ମୋଦି। ଦିନ ୧୨.୩୦ରେ ନବରଙ୍ଗପୁରରେ ପହଞ୍ଚିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର: