ସୂଚନା ମୁତାବକ କିଛି ପର୍ଯ୍ୟଟକ ବଲାଙ୍ଗିର ରୁ ଦାରିଙ୍ଗବାଡ଼ି ବୁଲି ଫେରୁଥିବା ସମୟରେ ବୃଦ୍ଧ ସ୍ୱାମୀ ସ୍ତ୍ରୀ ଏକ ଲୁନା ବାଇକ ଯୋଗେ ବାଲିଗୁଡାର ମହାସିଙ୍ଗ ଯାଇ ଫେରିବା ବାଟରେ ଧକ୍କା ହୋଇ ଘଟଣା ସ୍ଥଳରେ ବୃଦ୍ଧାମହିଳା ଙ୍କ ମୃତ୍ୟୁ ହୋଇଥିଲା। ବୃଦ୍ଧ ଜଣକ ଗୁରୁତର ଆହତ ଅବସ୍ଥାରେ ଦାରିଙ୍ଗବାଡ଼ି ର ଗୋଷ୍ଠି ସ୍ଵାସ୍ଥ୍ୟ ରେ ଭର୍ତ୍ତି ହୋଇ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l
ଲୁନା ବାଇକ ସହିତ ପର୍ଯ୍ୟଟକଙ୍କ କାର ଦୁର୍ଘଟଣା

ଅର୍ଗସ ବ୍ୟୁରୋ :ପର୍ଯ୍ୟଟକଙ୍କ କାର ଧକ୍କା ରେ ଚାଲିଗଲା ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ଜୀବନl ୫୯ନମ୍ବର ଜାତୀୟ ରାଜପଥ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ପର୍ଯ୍ୟଟକଙ୍କ କାର ସହିତ ଲୁନା ମୁହାଁମୁହିଁ ଧକ୍କା ହେବା ଫଳରେ ଲୁନା ରେ ଥିବା ସ୍ଵାମୀ ସ୍ତ୍ରୀ ଙ୍କ ମୃତ୍ୟ ଘଟିଛି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର ବୃଦ୍ଧ କାମଦେବ ଦିଗାଲ(୬୦)ଓ ତାଙ୍କ ସ୍ତ୍ରୀ ବୃଦ୍ଧା ବିବିକା ଦିଗାଲ(୫୫) । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Download Argus News App
