ସାମାନ୍ୟ ବଚସାରୁ ଟ୍ରାକ୍ଟର ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ

ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଡ୍ରାଇଭର ଙ୍କ ଉନ୍ମୁକ୍ତ କାଣ୍ଡ, ସାମାନ୍ୟ ବଚସାରୁ ଟ୍ରାକ୍ଟର ଡ଼୍ରାଇଭର ଜଣକ ଯୁବକର ହାତକୁ ଜବରଦସ୍ତି ଟ୍ରାକ୍ଟର ସାଇଲେନ୍ସରରେ ଚେଙ୍କୀ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ସବିରା ପଂଚାୟତ ବଣପାରିଆ ଗ୍ରାମର ହେମନ୍ତ କୁମାର ଦୀକ୍ଷିତ ଏକ ବାଲି ବୋଝେଇ ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାଟପଡା ସ୍ଥିତ ପ୍ରଭାସିନୀ ସାହୁଙ୍କ ଘର ତାଟି ଏବଂ ଖୁଣ୍ଟ ଉପରକୁ ଚଢି ଯାଇଥିଲା ଏହାକୁ ନେଇ ପ୍ରଭାସିନୀଙ୍କ ଦିଅର ଦିବାକରଙ୍କ ସହ ଟ୍ରାକ୍ଟର ଡ୍ରାଇବର ସହିତ ବଚସା ହୋଇ ଥିଲା । ଫଳରେ ଡ୍ରାଇଭର ଜଣକ ଯୁବକଙ୍କ ହାତକୁ ଜବରଦସ୍ତ ଟ୍ରାକ୍ଟର ଗରମ ସାଇଲେନ୍ସରରେ ଲଗାଇ ଦେଇଥିଲେ ଯୁବକଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଦ୍ଧାର କରି ଯୁବକଙ୍କୁ ଚିକିତ୍ସା କରାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦିବାକରଙ୍କ ଭାଉଜ l
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ କରିବେ ସମୀକ୍ଷା । ସାରା ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି
Download Argus News App
