ଯାହାର ଅର୍ଥ ଦୁର୍ଗମ ଏବଂ କନିକା ଯାହାର ଅର୍ଥ ଅତ୍ୟନ୍ତ ମନରୋମ । ଭିତରକନିକା ଏକ ସାଧାରଣ ପର୍ଯ୍ୟଟଙ୍କୁ ପର୍ଯ୍ୟଟନର ଆନନ୍ଦ, ବିଦ୍ୟାର୍ଥୀଙ୍କୁ ପ୍ରାକୃତିକ ପରିବେଶର ଜ୍ଞାନ ଏବଂ ଗବେଷକଙ୍କୁ ଗବେଷଣାର ଖୋରାକ୍ ଯୋଗାଇଥାଏ ।
ବିଶ୍ବ ପ୍ରସିଦ୍ଧ ଭିତରକନିକା ଉଦ୍ୟାନରେ କୁମ୍ଭୀର, ହରିଣ, ଦେଶୀ-ବିଦେଶୀ ପକ୍ଷୀ, ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ, ହେନ୍ତାଳବଣ ଦେଖିବାକୁ ପର୍ଯ୍ୟଟଙ୍କ ଭିଡ ଜମେ । ଏହା ସହିତ ସେଠାକାର ପ୍ରାକୃତକ ସୌନ୍ଦର୍ଯ୍ୟ, ନୈସର୍ଗିକ ଶୋଭା ପର୍ଯ୍ୟଟକଙ୍କୁ ଅନମନା କରେ । ସେଠାରେ କଟେଜ, ଖାଦ୍ୟ-ପାନୀୟ, ସୋଲାର ଗାଡି, ଶୌଚାଳୟ, ବୋଟିଂ ଆଦିର ବ୍ୟବସ୍ଥା ରହିଥିବା ବେଳେ, ପ୍ଲାଷ୍ଟିକ୍ ବୋତଲ ବ୍ୟାନ୍ କରାଯାଇଛି । ୧୯୭୫ ମସିହାରୁ ଅଭୟ୍ୟାରଣ୍ୟ ଏବଂ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଛି ଭିତରକନିକା । ତେବେ ଆଉ ଡେରି କାହିଁକି, ଯାଆନ୍ତୁ ନା ଥରେ ଯାଇ ଭିତରକନିକା ବୁଲି ଆସନ୍ତୁ।
କେମିତି ଯିବେ-
ଭିତରକନିକା ଯିବା ପାଇଁ ୩ଟି ପ୍ରବେଶ ପଥ ରହିଛି । ଡଙ୍ଗମାଳ, ଗୁପ୍ତି, ଖୋଳବାଟ ଦେଇ ପର୍ଯ୍ୟଟକ ସେଠାକୁ ଯାଇପାରିବେ । ଏହା ବ୍ୟତୀତ, ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ ।