ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୁରୀ ଟାଉନହଲରେ ଆୟୋଜିତ ଡ଼କ୍ଟର ଆମ୍ବେଦକରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ସଂଯୁକ୍ତ ଜନତାଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ. କେ.ସି ତ୍ୟାଗି ଯୋଗ ଦେଇ ଜାତିଭିତିକ ଜନଗଣନା ବିହାରରେ ଲାଗୁ ହୋଇଥିଲାବେଳେ ଓ଼ଡ଼ିଶାରେ ଏହା ଲାଗୁକରିବାକୁ ରାଜ୍ୟସରକାର ପଛଘୁଞ୍ଚା ଦେଇଥିବା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରକାଶ କରିଥିଲେ । ପଛୁଆବର୍ଗ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କର ଗରୀବିର କାରଣ ଓ ନିରାକରଣ ପାଇଁ ଭାରତବର୍ଷରେ ଜାତିଭିତିକ ଜନଗଣନା ଜରୁରୀ ବୋଲି କହିଥିଲେ । ବହୁଧା ବିଭକ୍ତ ଜନତା ପରିବାରର ଭିତିଭୂମି ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ସାମାଜିକ ନ୍ୟାୟ ଅଭିଯାନର ଉପଦେଷ୍ଟା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ଲୁହାପଥର, କ୍ରୋମାଇଟ୍, ବକ୍ସାଇଟ, ମାଙ୍ଗାନିଜ୍, କୋଇଲା ଆଦି ଖଣିଜ ସମ୍ପଦ ଏବଂ ବିସ୍ତୀର୍ଣ୍ଣ ସମୁଦ୍ରଉପକୁଳ, ଘନଜଙ୍ଗଲ ଓ ନଦନଦୀକୁ ଶିଳ୍ପପତିମାନଙ୍କୁ ଶାଗ-ମାଛ ଦରରେ ଭେଟିଦିଆଯାଉଛି । ଖଣିଜ ସମ୍ପଦକୁ ବଜାର ଦରରେ ବିକ୍ରିକରାଗଲେ ଓଡ଼ିଶାର ସମସ୍ତ ଋୁଣ ପରିଶୋଧ ସହିତ ଆଥିକ ସମ୍ବଳ ଦ୍ୱିଗୁଣିତ ହେବ । ରାଜ୍ୟରେ ପ୍ରତି ୧୦୦ଜଣ ଗରିବଙ୍କ ମଧ୍ୟରେ ୯୦ଜଣ ପଛୁଆବର୍ଗ ଆଦିବାସୀ ଓ ଦଳିତ ବୋଲି କହିଥିଲେ ।
ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବିଧାୟକ ମକରନ୍ଦ ମୁଦୁଲି, ସାମାଜବାଦୀ ପାର୍ଟିର ସଭାପତି ରବି ବେହେରା, ରାଷ୍ଟ୍ରିୟ ଜନତାଦଳର ସଭାପତି ହରିଶ ମହାପାତ୍ର, ସି.ପି.ଏମର ନେତା ସୁରେଶ ପାଣିଗ୍ରାହୀ, ସି.ପି.ଆଇ ରାଜ୍ୟସମ୍ପାଦକ ଅଭୟ ସାହୁ, ବି.ଏସ୍.ପି ସାଧାରଣ ସମ୍ପାଦକ ମଧୁସୂଦନ ଯାଦବ, ସି.ପି.ଏମ.ଏଲ ରାଜ୍ୟସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ହିନ୍ଦ୍ମଜଦୁର ସଭାର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ବିଧାୟକ ଦେବୀ ଚାନ୍ଦ, ଦେବୀ ପ୍ରସାଦ ପୃଷ୍ଟି, ରବି ସ୍ୱାଇଁ, ସୁରେଶ ମାଝି, ମହମଦ୍ ଅଲ୍ଲି, ଉର୍ମିଳା ମାଝି, ସୁକାନ୍ତ ଭୋଇ, ରାଜେଶ ରୋଶନ ସ୍ୱାଇଁ, ସସ୍ମିତା ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନପରେ ଯୁବନେତା କାଳୁଚରଣ କାଣ୍ଡି ଧନ୍ୟବାଦ ଦେଇଥିଲେ ।