ଏବେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଧାପାନ୍ତରିଆ ହୋଇ ପଡିରହିଛି l ବେସରକାରୀ ଜାଗାରେ ହୋଇଥିବାରୁ ନିର୍ମାଣ ପାଇଁ କେହି ଧ୍ୟାନ ଦେଉନାହାନ୍ତି l ଏପଟେ ଅଙ୍ଗନୱାଡି ପାଇଁଥିବା ପୁରୁଣା କୋଠା ଅବସ୍ଥା ବେହାଲ। ଛାତରୁ ସିମେଣ୍ଟ ଅତଡ଼ା ଖସିବା ସହ ପାଣି ଗଳୁଛି। ଅସୁରକ୍ଷିତ ଭୋବେ ଏଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।ଅଙ୍ଗନୱାଡି କେନ୍ଦର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ରାଜ୍ୟର ଅନେକ ଅଞ୍ଚଳ ଏମିତି ରହିଛି ଯେଉଁଠି ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କୁନିକୁନି ଶିଶୁଙ୍କୁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡୁଛି। କେଉଁଠି ନିଜସ୍ବ ବିଲଡିଂ ନଥିବାରୁ ଅନ୍ୟ କୋଠାରେ ଅଙ୍ଗନୱାଡି ଚାଲିଛି ତ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠ ପଢା।
ଅଧିକ ପଢ଼ନ୍ତୁ ଓଡିଶା ଖବର: