ପୁରୀରୁ କଲିକତା ଅଭିମୁଖେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଭାରସ୍ୟାମ ହରାଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭଦ୍ରକ: ଓଡିଆ ନବ ବର୍ଷରେ ଭୟଙ୍କର ଦୁର୍ଘଟଣା । ଗାଁ ଠୁ ସହର ସବୁଠି ଆନନ୍ଦ ଉଲ୍ଲାସରେ ପଣା ସଂକ୍ରାନ୍ତି ପାଳନ ହେଉଥିବାବେଳେ ଦୁର୍ଘଟଣାରେ ଆଖିବୁଜିଛନ୍ତି ବାପା-ଝିଅ । 16 ନଂ ଜାତୀୟ ରାଜପଥରେ ଆଖୁଆପଦା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ପୁରୀରୁ କଲିକତା ଅଭିମୁଖେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଭାରସ୍ୟାମ ହରାଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ଚାଷୀ 5 ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି । 3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା । 2014ରେ କହିଲେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ ।
2019ରେ କହିଥିଲା 35 ପ୍ରତିଶତ ଜମିଜଳ ସେଚନ ହେବ । ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ ବୋଲି ଅଭିଯୋଗ ଆଣିଛି ବିଜେପି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆମକୁ ଅନେକ ସମୟରେ ଦିନରେ ମଧ୍ୟ ନିଦ ଆସିଥାଏ । ତା ପାଇଁ ବହୁତ କିଛି କାରଣ ହୋଇଥାଏ । କୁହାଯାଏକି ଭିଟାମିନର ଅଭାଵ ହେଲେ ସଵୁବେଳ ନିଦ ଆସିଥାଏ ।
କୁହାଯାଏକି ଭିଟାମିନ B12ର ଅଭାଵ ହେଲେ ସବୁ ସମୟରେ ନିଦ ଲାଗିଥାଏ । ଭିଟାମିନ B12 ଆମ ଶରୀରକୁ ଶକ୍ତି ଯୋଗାଥାଏ । ଭିଟାମିନର ଅଭାବ ଅନେକ ରୋଗର କାରଣ ସେଥିପାଇଁ ଭିଟାମିନ B12ର ଅଭାଵରେ ଶରୀର ଦୃର୍ଵଳ ହୋଇପଡେ । ଶରୀରରେ ଦୃର୍ଵଳ ଅନୁଭଵବ ହେଲେ ମଣିଷ ସବୁ ସମୟରେ ଥକ୍କା ପଣ ଅନୁଭବ କରିଥାଏ ।
ଏଥିସହିତ ଅତ୍ୟଧିକ ଥକ୍କା ଲାଗିଵା ଦ୍ଵାରା ଦିନ ସମୟରେ ମଧ୍ୟ ନିଦ ଆସିଥାଏ । ଭିଟାମିନ୍ ବି 12 ରକ୍ତ ସଂଚାଳନ ଭଲରେ ହେଵାର ସାହାର୍ଯ୍ୟ କରିଥାଏ । ଭିଟାମିନ୍ B12 ର ଅଭାବ ହେତୁ ଉଦାସୀନତା ଏବଂ ଚିନ୍ତା ଅଧିକ ହୋଇଥାଏ । ଯଦି B12ର ଅଭାବାକୁ ଦୂର କରିଵାକୁ ଚାହୁଁଛନ୍ତି ତେବେ ସପ୍ତାହକୁ ୪ଥର ଅଣ୍ଡା, ମାଛ, ମାସଂ ଖାଆନ୍ତୁ ତାହା ସହ ପ୍ରତ୍ୟେକ ଦିନ ଦୁଗ୍ଧ ପଦାର୍ଥ ଖାଇବା ଆଵଶ୍ୟକ ହୋଇଥାଏ । ଏଥିସହ ଭିଟାମିନ୍ ଡି ଅଭାବ ମଧ୍ୟ ଥକାପଣର କାରଣ ହୋଇପାରେ ।
ତେବେ ପ୍ରତ୍ୟେକ ଦିନ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଶରୀରକୁ ସୁସ୍ତ ରଖନ୍ତୁ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: