ଅନ୍ୟ ଦୁଇଜଣ ଗୁରୁତର ହେଲେ ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ ପିମ୍ପଳାପଲ୍ଲୀ ଗ୍ରାମର ଟୁକୁନା ଶବର ବୋଲି ଜଣାପଡିଥିଲା । ଗୁରୁତରଙ୍କ ନିକଟରୁ ମୋବାଇଲ ନମ୍ବର ସଂଗ୍ରହ କରି ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରିଥିଲା ବାନୁର ପୋଲିସ l ସେଠାକାର ପୋଲିସର ସୂଚନା ଅନୁଯାୟୀ 4 ଯୁବକ ଗୋଟିଏ ଘରେ ରହି ଶ୍ରମିକ ଭାବେ କାମ କରୁଥିଲେ । ସକାଳୁ ଉକ୍ତ ଘରୁ ଜଣେ ଶ୍ରମିକର ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଇଥିବା ବେଳେ ତିନି ଜଣ ଶ୍ରମିକଙ୍କୁ କ୍ଷତ ବିକ୍ଷତ ଅଚେତ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।
ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସିକନ୍ଦରାବାଦରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ସେପଟେ କାହିଁକି ଏଭଳି ଘଟଣା ହେଲା ? କିଏ ଘଟଣାରେ ସ୍ଲସିଷ୍ଟ ? କିଏ କଲା ଆକ୍ରମଣ ? ଏମାନଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା କି ? ନା ଅନ୍ୟକିଛି କାରଣ ଥାଇପାରେ ? ପୁରା ଘଟଣା ଅସ୍ପଷ୍ଟ ରହିଥିବାବେଳେ ଘଟଣାର ସଠିକ ତଦନ୍ତ ହେବା ଜରୁରୀ ହୋଇପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର