ଲୋକସଭାର ତଥ୍ୟ କହୁଛି ୨୦୧୮ ରୁ ୨୦୨୧ ମଧ୍ୟରେ ୪୫ ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ୨୦୧୯ ରୁ ୨୦୨୨ ଫେବୁଆରୀ ଭିତରେ ୩୮ ଟି ହାତୀଙ୍କ ଜୀବନ ଯାଇଛି । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଅନୁସାରେ ରାଜ୍ୟରେ ଟ୍ରେନ ଧକ୍କାରେ ପ୍ରାଣ ହାରାଉଥିବା ହାତୀଙ୍କ ସଂଖ୍ୟା ଚିନ୍ତା ଯନକ।
ସେହପରି ରାଜ୍ୟରେ ଗତ ୧୦ ବର୍ଷରେ ଟ୍ରେନ ଧକ୍କା ଯୋଗୁଁ ୩୧ହାତୀଙ୍କ ଜୀବନ ଯାଇଛି । ୫ ବର୍ଷରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୪ ହାତୀ । ତେବେ ବିଶେଷଜ୍ଞଙ୍କ ମତ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଅଣ୍ଡରପାସ ନିର୍ମାଣ କଲେ ହାତୀ ମୃତ୍ୟୁକୁ ରୋକା ଯାଇ ପାରିବ ।
ରାଜ୍ୟରେ ପ୍ରଥମ ଥର ପାଇଁ ଢେଙ୍କାନାଳର ବୁଢ଼ାପଙ୍କରୁ ଶାଳଗାଁ ମଝିରେ ରେଲୱେ ଓଭର ପାସ ନିର୍ମାଣ ହେବାକୁ ଯାଉଛି । ଏବେ ଅଣ୍ଡର ପାସ ତିଆରି ହେଲେ ହାତୀ ଚଲାପଥ ସୁରକ୍ଷିତ ରହିବା ସହ ଟ୍ରେନ ଧକ୍କା ଯୋଗୁଁ ହେଉଥିବା ହାତି ମୃତ୍ୟୁରେ ରୋକ ଲାଗି ପାରିବ ।