ନୂଆଦିଲ୍ଲୀ/ଭୁବନେଶ୍ୱର: ଅଂଶୁମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଟ୍ୱିଟ୍ ଜରିଆରେ ଧର୍ମେନ୍ଦ୍ର ଅଂଶୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଧର୍ମେନ୍ଦ୍ର ଆହୁରି ଲେଖିଛନ୍ତି ଯେ, ଯେଉଁମାନେ ଆଇଇଏସ୍ ଏବଂ ଆଇଏସ୍ଏସ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କର ଅନେକ ଅନେକ ଶୁଭେଚ୍ଛା ।
ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସେସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ଆଉ ସେ ହେଉଛନ୍ତି ଅଂଶୁମାନ କାମିଲା । ଆଇଇଏସ୍ ପରୀକ୍ଷରେ ଯୋଗ୍ୟ ବିବେଚିତ 32 ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି ।
ଅଂଶୁମାନ ଜଣେ ପୂର୍ବତନ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ପ୍ରତିଷ୍ଠିତ ଗାୟିକା ମିତାଲି ଚିନାରାଙ୍କ ପୁଅ । ଚନ୍ଦ୍ରଶେଖରପୁର ଡିଏଭିରେ ପାଠ ପଢ଼ିବା ପରେ ଅଂଶୁମାନ ଦିଲ୍ଲୀର ସେଂଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏମ୍ଏ କରିବା ପରେ ଜେଏନୟୂରେ ଏମ୍ଫିଲ୍ ମଧ୍ୟ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମ୍ୟାନେଜର୍ ଥିବା ଅଂଶୁମାନ ଓଡ଼ିଶା ପାଇଁ ଏହି ଗୌରବ ହାସଲ କରିଛନ୍ତି ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?