ଅନୁଗୁଳ ରେ ରାତ୍ରୀଯାପନ କରିବା ସହ ୫ ଏପ୍ରିଲ ରେ ବଇଂଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆଜିଠୁ ୪ ଦିନିଆ ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିନ 12ଟାରେ ତାଳଚେର ଦିନଦୟାଲ ନଗରରେ ପହଂଚିବେ ଧର୍ମେନ୍ଦ୍ର ପ୍ରଧାନ । ସେଠାରୁ ଦିନ ୨ ଟାରେ କଣିହାଁ ବ୍ଲକ ଗସ୍ତ କରି ନାଲମ ଗ୍ରାମରେ ପ୍ରଭୁ ନୃସିଂହ ଠାକୁରଙ୍କର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ପରେ ଅନୁଗୁଳ ଯାଇ ରାତ୍ରି ଯାପନ କରିବେ। ଏପ୍ରିଲ 3ରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏପ୍ରିଲ 4ରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦିନ ତମାମ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ ।
ଅନୁଗୁଳ ରେ ରାତ୍ରୀଯାପନ କରିବା ସହ ୫ ଏପ୍ରିଲ ରେ ବଇଂଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଅଜଣା ହେଲିକପ୍ଟର । ଢ଼େଙ୍କାନାଳ ମହିଶାପାଟ ସ୍ଥିତ ପଡ଼ିଆରେ ଏକ ହେଲିକପ୍ଟର ଅବତରଣ କରିଛି । କିନ୍ତୁ ଏଥିରେ କିଏ ଆସିଛନ୍ତି କାହିଁକି ଆସିଛନ୍ତି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରର କୌଣସି ନେତା ପ୍ରଚାର ପାଇଁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବା ପାଇଁ ଯାଉଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି ।
ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରୁଛି । ତୃଣମୂଳ ସ୍ତରରେ ନିଜର ଦୃଢ଼ ଦଖଲ ଓ ରାଜନୈତିକ ଦକ୍ଷତା ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱ ତାଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା, ମୋଦୀ ଗ୍ୟାରେଣ୍ଟି, ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଆଧିପତ୍ୟକୁ ଅଧିକ ସୁଦୃଢ଼ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ଏକ କୁଡିଆ ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରୁଥିବା ଅନୁମାନ କରି ବାରମ୍ବାର ବିରୋଧ କରୁଥିଲେ ଗ୍ରାମବାସୀ ।
ଶେଷରେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ଘରର କବାଟ ଭାଙ୍ଗି 4ଜଣ ମହିଳା ଓ ପୁରୁଷଙ୍କୁ ଘରୁ ଟାଣିନେଇଥିଲେ । ଗଛରେ ବାନ୍ଧିବା ସହ ନିର୍ଧୁମ ମାଡ଼ ଦେଇଥିଲେ । ଭୋଗରାଇ ପୋଲିସ ଗ୍ରାମବାସୀଙ୍କ କବଳରୁ 4ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: