ବିଜେଡି ଶାସନର 25 ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ 24 ଲକ୍ଷ ପରିବାର ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ । ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି 31.2 ପ୍ରତିଶତ ପରିବାରଙ୍କୁ ମିଳୁନାହିଁ ଶୁଦ୍ଧ ପିଇବା ପାଣି। ନିକଟରେ ରାଉରକେଲା, ସମ୍ବଲପୁର, ହୀରାକୁଦ, ରେଢ଼ାଖୋଲ ଓ ପୁରୀରେ ଜଣ୍ଡିସ ତାର ଉଦାହରଣ । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାବାସୀଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ 10ହଜାର 207 କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ବିଜେଡି ସରକାରର ବିଫଳତା ଓ ଅପାରଗତା ଯୋଗୁଁ ଲୋକେ ପିଉଛନ୍ତି ଦୂଷିତ ପାଣି ।
ସମ୍ବଲପୁରର ବିକାଶ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାର ଓ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ବିଜେଡି ଶାସନର 25 ବର୍ଷ ପରେ ବି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରରେ ରାସ୍ତା ଓ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ। ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି କାହିଁକି 10 ବର୍ଷ ହେଲା ଖାଲି ପଡ଼ିଛି ସମ୍ବଲପୁର ମ୍ୟୁନିସିପାଲିଟି ନେତୃତ୍ବ। ପରାଜୟ ଭୟରେ କରାଯାଉନାହିଁ କି ମ୍ୟୁନିସିପାଲିଟି ନିର୍ବାଚନ ?
ରାସ୍ତାରୁ ନେଇ ପାନୀୟ ଜଳ ସାରା ରାଜ୍ୟରେ ବିଜେଡି ସରକାରର ଅପାରଗତା ଓ ବିଫଳତାର ମାଳ ମାଳ ଉଦାହରଣ ଅନ୍ୟପଟେ ଦୋଷ ଲୁଚାଇବାକୁ ବିଜେଡି ନେତା କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର