ଏହାଦ୍ୱାରା ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଦକ୍ଷିଣ ଓ ଦକ୍ଷିଣ – ପଶ୍ଚିମ ଓଡ଼ିଶା ପର୍ଯ୍ୟଟକ, ଭକ୍ତଶ୍ରଦ୍ଧାଳୁ ମାନେ ତଥା ବ୍ୟବସାୟ ବାଣିଜ୍ୟ ଦିଗରେ ଏହା ଖୁବ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ନିରାକାରପୁର ରେଳଫାଟକ ନିକଟରେ ଫାଟକ ପଡିବା ଯୋଗୁଁ ଦୀର୍ଘ ସମୟ ଗାଡିମୋଟର ରାସ୍ତାରେ ଅଟକି ରହି ଯାତାୟାତରେ ସମସ୍ୟା ଉପୁଜିଥିଲା । ଜାତୀୟ ରାଜପଥ ହେଲେ ରେଳଫାଟକ ନିକଟରେ ଓଭରବ୍ରିଜ ନିର୍ମାଣ ହେଲେ ସମସ୍ୟା ସମାଧାନ ହେବ। ଏ ନେଇ ସ୍ଥାନୀୟ ଜନସାଧାରଣ ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ର ମାନ୍ୟତା ଦେବାକୁ ବାରମ୍ବାର ଅନୁରୋଧ କରୁଥିଲେ। ଜନସାଧାରଣଙ୍କ ଅନୁରୋଧ ରକ୍ଷା କରି ରାମେଶ୍ୱର – ନିରାକାରପୁର – ଚନ୍ଦନପୁର ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥରେ ସାମିଲ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସ୍ଥାନୀୟ ନିରାକାରପୁରବାସୀ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ