ଆଜିର ଦିନରେ ତେଲୁଗୁ ସଂପ୍ରଦାର ପୋଷାକ ଓ ଖାଦ୍ୟ ଖାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ମହାନ୍ତି । ଭାରତ ବର୍ଷର ୧୩୪କୋଟି ଜନସାଧାରଣ “ଏକ ଭାରତ ଶ୍ରେଷ୍ଠ ଭାରତ” ଗଢ଼ିବାର ସଂକଳ୍ପ ନେଇ ଚଳିତ ବର୍ଷ ବିଜେପି ତେଲୁଗୁ ଲୋକଙ୍କୁ ଡାକି ସମ୍ମାନିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଲୋକ ଆଜିର ଦିନରେ ଭାବର ଆଦାନ ପ୍ରଦାନ କରିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆଗାମୀ ଦିନରେ ସଫଳ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ୍ତ୍ର “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” କୁ ନେଇ ଆଗକୁ ବଢ଼ିବାକୁ ହେବ ।
ବିଶ୍ୱରେ ଭାରତକୁ ୧ନଂ କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସର ଆବଶ୍ୟକତା ରହିଛି । ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ, ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଶ୍ରୀ ମାନସ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ଶ୍ରୀମତୀ ସୁରମା ପାଢ଼ୀ, ମୁଖପାତ୍ର ଶ୍ରୀ ବିରଚିଂ ନାରାୟଣ ତ୍ରିପାଠୀ, ସୁଦିପ୍ତ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସଜ୍ଜନ ଶର୍ମା, ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।