ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ରାତି ସୁଦ୍ଧା ଉଦ୍ଧାର ହେବେ ଟନେଲରେ ଫସିଥିବା ସମସ୍ତ 41 ଶ୍ରମିକ। ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଉତ୍ତରକାଶୀ ଟନେଲ୍ ଭିତରୁ ଜୀବନ ଉଦ୍ଧାର ପାଇଁ ଜାରି ରହିଛି ମିଶନ ଜୀବନ। ଦିନରାତି ଚାଲିଛି ରେସ୍କ୍ୟୁ ଅପରେସନ। ଭର୍ଟିକାଲ ଡ୍ରିଲିଂ ସହ ଟନେଲ ଭିତରେ ଜାରି ରହିଛି ମାନୁଆଲ ଡ୍ରିଲିଂ। ତେବେ ଶ୍ରମିକ ମାନଙ୍କ ପାଖରେ 8ଶହ MMର ପାଇପ୍ ପହଞ୍ଚି ସାରିଥିବା ନେଇ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହାତରେ ମୋଟ୍ 52 ମିଟର ଖୋଳାଯାଇଛି। ତେବେ ଆଜି ରାତି ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଗୋବିନ୍ଦାଙ୍କ ଭାଣଜୀ ଆରତୀ ସିଂ ଏପ୍ରିଲ ୨୫ ତାରିଖରେ ଦୀପକ ଚୌହାନଙ୍କ ସହ ଧୁମଧାମରେ ବିବାହ କରିଛନ୍ତି। ଆରତୀଙ୍କ ବିବାହର ପ୍ରାୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନମାନେ ଆରତୀଙ୍କ ବିବାହର ସବୁ ଫଙ୍କସନକୁ ଖୁବ ଲାଇକ କରୁଛନ୍ତି। ଆଉ କହୁଛନ୍ତି ବଲିଉଡର ସବୁଠୁ ସଂସ୍କାରୀ ବିବାହ। ଆରତୀଙ୍କ ଶାଶୁଘର ଲୋକେ ଆରତୀଙ୍କ ସ୍ବାଗତ ମଧ୍ୟ ଧମାକେଦାର ଭାବେ କରିଛନ୍ତି। ଶାଶୁଘର ଲୋକଙ୍କ ପାଇଁ ପ୍ରଥମ ରୋଷେଇରେ ମିଠା କ୍ଷୀରି କରି ପରଷିଛନ୍ତି। ଆଉ ଫ୍ୟାନମାନଙ୍କୁ ମିଠା ସ୍ବାଦ କରିବାକୁ ନିମନ୍ତ୍ରଣ କରିଛନ୍ତି। ଆରତୀ ଇନଷ୍ଟାରେ ଫଟୋ ଶେୟାର ଆମ ଦୁଇଜଣଙ୍କୁ ଆପଣମାନେ ଏମିତି ଭଲ ପାଉଥାନ୍ତୁ।
ଆଉ ରୋଷେଇ ଘରେ ସୁନ୍ଦର ପୋଜ ଦେଇ ଫ୍ୟାନମାନଙ୍କ ପାଇଁ ଫଟୋ ଶେୟାର କରିଛନ୍ତି। ଲାଲ ଯୋଡ଼ାରେ ଆରତୀ ଖୁବ ସୁନ୍ଦର ଦିଶୁଛନ୍ତି। ଦୀପକ ଆରତୀଙ୍କର କିଛି ରୋମାଣ୍ଟିକ ମୋମେଣ୍ଟର ଫଟୋ ମଧ୍ୟ ଆରତୀ ଇନଷ୍ଟାରେ ଶେୟାର କରିଛନ୍ତି। ଫ୍ୟାନମାନେ ଦୁହିଁଙ୍କ ଯୋଡିକୁ ଢେର ସାରା ଭଲ ପାଇବା ଦେବାସହ। ନୂଆଯୋଡାଙ୍କ ମଧ୍ୟରେ ସବୁବେଳେ ଏମିତି ଭଲ ପାଇବା ରହୁ ବୋଲି ଫ୍ୟାନମାନେ ଶୁଭକାମନା ମଧ୍ୟ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା। ଭିଡିଓରେ ସ୍ଥାନୀୟ ଏଚ୍ପିସିଏ ଷ୍ଟାଡିୟମ୍ରେ ହେଲିକପ୍ଟର୍ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା।
ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍ର ତିନିଟି ଟ୍ରେଡମାର୍କ ଷ୍ଟ୍ରାଇପ୍ ହେଉଛି ଧଳାରଙ୍ଗର।
ତେବେ ଜର୍ସିର ଡିଜାଇନ୍ ଅପେକ୍ଷା ଏହାର ଦାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ଖେଳାଳିଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଜର୍ସି ଏବେ ‘ଆଡିଡାସ୍’ ଷ୍ଟୋର ଓ ଅନଲାଇନରେ ବିକ୍ରି ହେବା ଆରମ୍ଭ ହୋଇଛି। ଏହି ଜର୍ସି ପାଇଁ ‘ଆଡିଡାସ୍’ ଧାର୍ଯ୍ୟ କରିଥିବା ଦାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜର୍ସିର ଦାମ ‘ଆଡିଡାସ୍’ ୫,୯୯୯ ରଖିଥିବା ବେଳେ କେହି ଏହାକୁ କିଣିବାକୁ ଚାହିଁବେନି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। କ୍ରିକେଟପ୍ରେମୀମାନେ କହିଛନ୍ତି ଯେ, ‘ଆଡିଡାସ୍’ ଜର୍ସିର ଦାମ ଅଧିକ ରଖିଥିବା ସହ ଡିଜାଇନ ସେଭଳି ଭଲ ନାହିଁ। ତେଣୁ ଏତେ ଟଙ୍କା ଦେଇ ଆମେ କିଣିବାକୁ ଚାହିଁବୁନି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର