ଏକକାଳୀନ 4ଟି ସ୍ଥାନରେ ଚଢାଉ କରାଯାଉଛି । ବଲାଙ୍ଗୀର ସହରର ରାଜେନ୍ଦ୍ରପଡା ପୈତୃକ ଘର, ପେଲେସଲାଇନର 2 ଟି ନବ ନିର୍ମିତ କୋଠାରେ ଚଢାଉ ଚାଲିଛି । ଚଢାଉରେ ସମ୍ବଲପୁର, ସୋନପୁର, ବରଗଡ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ 2009 ମସିହାରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର: ଓଡିଶା ଷ୍ଟେଟ ଓ୍ବେରହାଉସ କର୍ପୋରେସନର ଅବସରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
Download Argus News App
