DCO ଅଫିସ, ଭୁବନେଶ୍ବର କୋରଡକଣ୍ଟାସ୍ଥିତ ତିନି ମହଲା ଘର, ଭୁବନେଶ୍ବର ଝାରପଡା ନୀଳାଦ୍ରିନଗରସ୍ଥିତ ଘର, ଉତ୍ତରା ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳା ସ୍ଥିତ ଗୋଟିଏ ତିନି ମହଲା ଘରେ ଚଢାଉ ଜାରି ରହିଛି ।
ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହାସଲ ହୋଇନାହିଁ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଲାଛି ଚଢାଉ ଚାଲିଛି । ଏହି ଚଢାଉରେ ୨ ଜଣ ଡିଏସ୍ପି, ୧୦ ଇନସ୍ପେକ୍ଟର, ୫ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।