ନଗଡାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ କୋଟି ଟଙ୍କା ଅନୁଦାନ ଦେଉଛନ୍ତି l ହେଲେ ଶିକ୍ଷା ସ୍ୱାସ୍ଥ୍ୟ ବାସଗୃହ ଓ ଗମନାଗମନର ବିକାଶ ହୋଇପାରି ନାହିଁ। ବରଂ ବିକାଶ ନାମରେ ଚାଲିଛି ହରିଲୁଟ ହୋଇଛି ଟଙ୍କା । ଏ ଦୃଶ୍ୟ ହେଉଛି ନଗଡା ପ୍ରାଥମିକ ବିଦ୍ୟାଳୟର। ଆରଡି ବିଭାଗ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ହେଲେ ଏଠି ଚାଲିଥିବା କାର୍ଯ୍ୟର ନାଁ ଫଳକ ଅଛି ନାଁ କେଉଁଠି ଲେଖାଯାଇଛି ଅଟକଳ ଅର୍ଥ ବାବଦରେ କିଛି।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ତଳନଗଡା। ସରକାରୀ ବିଦ୍ୟାଳୟର ନୁଆ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ଲାଇବ୍ରେରୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥିବା କୁହାଯାଉଛି। କିନ୍ତୁ ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ।
ତେବେ ଦେଖିବାକୁ ବାକି ରହିଲା, ବିନା ଫଳକରେ ବିଦ୍ୟାଳୟ ହୋଇଥିବା ଓ ନିମ୍ନ ମାନର କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।