ଚଢେଇମାନଙ୍କ କିଚିରିମିଚିରି ଶଦ୍ଦ ରାସବିହାରୀପୁର ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ଗୋଟିଏ କି ଦୁଇଟି ନୁହେଁ ହଜାରହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ଙ୍କ କିଚିରିମିଚିର ଶବ୍ଦରେ ଫାଠି ପଡୁଛି ଅଚଂଳ । ଭିନ୍ନ ପ୍ରଜାତିର ଏହି ଗେଣ୍ଡାଳିଆ ଓ ବାଦୁଡ଼ିମାନେ ନିର୍ଭୟ ଭାବରେ ଏ ଡାଳରୁ ସେ ଡାଳ କୁ ଉଡୁଥିବାର ଦୃଶ୍ୟ ପଥିକଟିଏ କୁ ଘଡିଏ ନ ଅଟକାଇବ ବାଧ୍ୟ କରିବ। ବର୍ଷତମାମ ଏହି ଗଛରେ ରୁହନ୍ତି ଗେଣ୍ଡାଳିଆ ପକ୍ଷୀ । ହେଲେ ଶିକାରୀ ମାନଙ୍କ ଶିକାର ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା । ଏ ଖବର ଜାଣିବାପରେ ଆଖପାଖ ଗାଁ ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ ଓ ଶିକାରୀମାନଙ୍କୁ ମନା କରିଥିଲେ । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଗେଣ୍ଡାଳିଆ ଙ୍କୁ ଯଦି ଆମେ ଏଭଳି ଶିକାର କରିବା ତାହେଲେ ଆଉ ଗେଣ୍ଡାଳିଆ ପକ୍ଷୀ ମାନଙ୍କୁ ଦେଖିବାକୁ ପାଇବା ନାହିଁ ।
ତେଣୁ ଗେଣ୍ଡାଳିଆ ଙ୍କ ସୁରକ୍ଷା ପାଇଁ ଆମେ ଶପଥ ନେବା ଭଳି କାର୍ଯ୍ୟକ୍ରମ କରି ଲୋକଙ୍କ ମନରେ ଭରିଥିଲେ ପକ୍ଷୀ ପ୍ରିତି । ଆଉ ଏବେ ୩୦୦ ସହ ଗେଣ୍ଡାଳିଆ ରୁ ୫ ହଜାର ପର୍ଯ୍ୟନ୍ତ ବଂଶ ବୃଦ୍ଧି ହୋଇପାରିଛି ଗେଣ୍ଡାଳିଆ ଙ୍କ ସଂଖ୍ୟା । କେବଳ ଗେଣ୍ଡାଳିଆ ଙ୍କ ସୁରକ୍ଷା ବ୍ୟତିତ ନିକଟସ୍ଥ ରାସବିହାରୀପୁର ଗାଁ ମୁଣ୍ଡରେ ରହୁଥିବା ବାଦୁଡିଙ୍କ ମଧ୍ୟ ସୁରକ୍ଷା ପାଇଁ କାମ କରୁଛନ୍ତି । ଫଳରେ ବାଦୁଡିଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିପରି ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷ ରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ଗାଁ ଲୋକଙ୍କ ମନରେ ପକ୍ଷୀମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଭଲପାଇବା ହିଁ ଗେଣ୍ଡାଳିଆ ଓ ବାଦୁଡିଙ୍କ ବଂଶ ବିସ୍ତାର କରିବାର ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି ।
ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି l ସମସ୍ତଙ୍କ ମନରେ ଯଦି ଏଭଳି ଭାବନା ଓ ପକ୍ଷୀମାନଙ୍କ ପ୍ରତି ଭଲପାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତେ ତତ୍ପର ହେବେ ତାହେଲେ ଦୂଷିତ ପରିବେଶକୁ ସନ୍ତୁଳିତ କରିବାରେ ସହାୟକ ହୋଇପାରିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର