ଅଧିକ ପଢନ୍ତୁ : ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ
ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ। ଆଉ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭରସା କରିଥିଲେ ତାକୁ ତଳେ ପକାଇବାକୁ ଦେଇନାହାନ୍ତି ଏହି ଓଡ଼ିଆ ନେତା। ହରିଆଣାର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଟିକେଟ୍ ବଣ୍ଟନ। ଜନ ଆକ୍ରୋଶର ଶିକାର ପୂର୍ବ ବିଧାନସଭାର ବହୁ ବିଧାୟକଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ଥିଲା ଅତି ଜଟିଳ ବ୍ୟାପାର। ଏଥିପାଇଁ ଦଳରେ ବଡ଼ ଧରଣର ବିଦ୍ରୋହର ଆଶଙ୍କା ଥିଲା। କିନ୍ତୁ ଧର୍ମେନ୍ଦ୍ର ସଫଳ ପରିଚାଳନା ଯୋଗୁଁ ପୁରୁଣା ବିଧାୟକଙ୍କ ଟିକେଟ୍ ବି କଟିଲା ଆଉ ବଡ଼ ବିଦ୍ରୋହ ଆଶଙ୍କା ବି ଟଳିଥିଲା। ସେହିପିର ଅନୀଲ ବିଜ୍ ଙ୍କ ପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ବରିଷ୍ଠ ନେତାଙ୍କୁ ନାୟବ ସିଂ ସୈନିଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ପାଇଁ ମ୍ୟାନେଜ କରାଇବା ଧର୍ମେନ୍ଦ୍ରଙ୍କ ସଫଳ ରାଜନୈତିକ ପରିଚାଳନର କମାଲ ଥିଲା। ଯେଉଁଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବିଜେପି ତୃତୀୟ ଥର ପାଇଁ ହରିଆଣାରେ ପିନ୍ଧିଲା ବିଜୟ ମୁକୁଟ।
ଏହା ପ୍ରଥମ ନିର୍ବାଚନ ନୁହେଁ ଯେଉଁଥିରେ ନିର୍ବାଚନ ରଣନୀତିକାର ଭାବେ ନିଜର ଜଲୱା ଦେଖାଇଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବହୁ ରାଜ୍ୟ ବିଧାନସଭାର ନିର୍ବାଚନର ପ୍ରଭାରୀ ଭାବେ ଦାୟିତ୍ବ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ନିଭାଇ ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି। ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ। ଆଉ ହରିଆଣା ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣିଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍।