ଅଞ୍ଚଳର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ଅଧିକାଂଶ ଲୋକେ ଚାଷବାସ ଉପରେ ନିର୍ଭର କରିଥାନ୍ତି। ଏଠାରେ ଶିଳ୍ପ ପ୍ରତିଷ୍ଠା ପ୍ରତିଷ୍ଠା ହେଲେ ଚାଷବାସ ଉପରେ ପ୍ରଭାବ ହେବା ସହ ପରିବେଶ ଦୂଷିତ ହେବ ବୋଲି ଗ୍ରାମବାସୀ ମାନେ ଆଶଙ୍କା କରିଛନ୍ତି। ତେଣୁ ଆଜି ଶହ ଶହ ଗ୍ରାମବାସୀ ଏହାକୁ ବିରୋଧ କରି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ର ପାଇବା ପରେ ତହସିଲଦାର ଲୋକମାନଙ୍କୁ ବୁଝାଶୁଝା କରିବା ସହ ଲୋକମାନଙ୍କ ଆପତ୍ତି ଆଭିଯୋଗକୁ ଗୁରୁତ୍ୱ ଦିଆଯାଇ ଆଗାମୀ ପଦପେକ୍ଷ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
ତହସିଲ ଅଫିସ ଘେରିଲେ ଚିନାମାଳିପଶି ଗ୍ରାମବାସୀ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଚିନାମାଳିପଶି ଗ୍ରାମବାସୀ ଆଜି ପାଟଣା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଜବାନ ମାନଙ୍କ ପାଇଁ ସଂରକ୍ଷିତ ଥିବା ସରକାରୀ ଜମିକୁ ଇଡକୋକୁ ହସ୍ତାନ୍ତର ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନୋଟିସ ଦିଆଯାଇଥିଲା। ନୋଟିସ ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି।
Download Argus News App
