ଧନୁ ତୀର ଧରି ରାସ୍ତା ଅବରୋଧ କରିଛନ୍ତି 17 ଖଣ୍ଡ ମୌଜାବାସୀ । ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ବାରମ୍ବାର ଆଲୋଚନା ବିଫଳ ହେବା ପରେ ପୁଣି ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଶିମିଳି ସାହିଠାରେ ଅବରୋଧ କରିଛନ୍ତି ।
17 ଖଣ୍ଡ ମୌଜାକୁ ଏକ ରାସ୍ତା ଯିବାକୁ ଥିବାବେଳେ ଗୁଡୁପାଙ୍ଗି ଗ୍ରାମବାସୀ ରାସ୍ତା ପାଇଁ ଥିବା ସରକାରୀ ଜାଗା ଛାଡୁ ନଥିବା ନେଇ 17 ଖଣ୍ଡ ମୌଜା ଅଧିବାସୀ ଅଭିଯୋଗ କରିଆସୁଥିଲେ । ପରେ ଏହାର ପ୍ରତିବାଦରେ ପୂର୍ବରୁ ମଧ୍ୟ ରାସ୍ତାରୋକ ହୋଇଥିଲା । ତେବେ ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଭା କରାଯାଇ ନିଷ୍ପତି ପାଇଁ ଉଦ୍ୟମ ହୋଇଥିଲା ବେଳେ କୌଣସି ସ୍ଥାୟୀ ସମାଧାନ ହୋଇପାରି ନଥିଲା । ଆଜି ପୁଣି 17 ଖଣ୍ଡ ମୌଜା ଅଧିବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାତାୟତ ସମ୍ପୂର୍ଣ ବନ୍ଦ ହେବା ସହ ଶହ ଶହ ଯାନ ବାହନ ରାସ୍ତାରେ ଅଟକି ରହିଛି ।