5T ସଚିବଙ୍କ ଗସ୍ତ ସମୟରେ କାର୍ଯ୍ୟ ସଚିବ କିଷାନ କୁମାର, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏବଂ “ଏକାମ୍ର କ୍ଷେତ୍ର ହେରିଟେଜ୍ ପ୍ରୋଜେକ୍ଟ” ରେ ଦାୟିତ୍ଵ ପ୍ରାପ୍ତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୟରେ 5T ସଚିବ ଦୋକାନୀମାନଙ୍କ ପୁନଃ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସେଠାରେ ଥିବା ଅଳିଆ ଆବର୍ଜନା ନିଷ୍କାସନ କରିବାକୁ କହିଛନ୍ତି। ଡିସେମ୍ବର ୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।
ଏକାମ୍ର ଅଞ୍ଚଳ ପରିଦର୍ଶନ କଲେ ଭି.କେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାର 5-ଟି ସଚିବ ଭିକେ ପାଣ୍ଡିଆନ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିଛନ୍ତି। ଏହା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
Download Argus News App
