ମେଳା ପରିସରରେ ଦିବ୍ୟ ଓ ଆଧ୍ୟାତ୍ମିକତାର ପରିବେଶ । ପ୍ରଦର୍ଶିତ ହେଉଛି ନବଦେବୀଙ୍କ ଚୈତନ୍ୟ ଝାଙ୍କି । କଳାକାରମାନେ ଅତି ଆକର୍ଷଣୀୟ ଓ ସୁନ୍ଦରଶୈଳୀରେ ମା’ ଦୁର୍ଗା ଓ ମହିଷାସୁର କାହାଣୀକୁ ପ୍ରଦର୍ଶିତ କରୁଛନ୍ତି । ଏଥିସହ ସାଗର ମନ୍ଥନର ୪-ଡି ସୋ’ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ଦେବତା ଓ ଅସୁରଙ୍କ ମଧ୍ୟରେ ଚାଲିଥିବା ସାଗର ମନ୍ଥନର ପୂରା କାହାଣୀ ଏହି ମେଳାରେ ଦେଖିବାକୁ ମିଳୁଛି ।
ନିଜ ରାଜପ୍ରସାଦରେ ଘୁଙ୍ଗୁଡ଼ି ମରୁଥିବା କୁମ୍ଭକର୍ଣ୍ଣର କୌତୁକିଆ ପେଟ ଓ ବିଶାଳ ଶରୀରର ପ୍ରତିକୃତି ମଧ୍ୟ ଦେଖିବାକୁ ମିଳୁଛି ଏହି ଦିବ୍ୟ ମହକୁମ୍ଭରେ ।ଆସନ୍ତା ୫ ତାରିଖ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ । ପ୍ରତିଦିନ ସଂଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଚାଲୁଛି ଏହି ମହାକୁମ୍ଭ ।
ଓଡିଶା ଖବର ଆହୁରି ପଢନ୍ତୁ