ନରେଶ ମହାନ୍ତି ଧର୍ମଶାଳା ବିଧାୟକ ଙ୍କୁ ବେଳେ ବେଳେ ଦଳ ହିତରେ ଉପଦେଶ ଦେବା ମହଙ୍ଗା ପଡିଲା I ଜିଲ୍ଲାର ସବୁ ବିଧାୟକ, ବିଧାୟିକା, ସାଂସଦ ମାନଙ୍କ ସହ ସୁ ସମ୍ପର୍କ ଥିବା ବେଳେ ଧର୍ମଶାଳା ବିଧାୟକ ଙ୍କ ସୁସମ୍ପର୍କ ନଥିବା ନରେଶ କହିଛନ୍ତି I ଯାହାଫଳରେ ଆଜି ଦଳରୁ ନିଲମ୍ବନ ହେଲେ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ନରେଶ ମହାନ୍ତି I ଆଗାମୀ ଦିନରେ ଦଳ ବଦଳ କରିବାର ସୂଚନା ମିଳୁଛି I
ଧର୍ମଶାଳା ବିଧାୟକଙ୍କୁ ଉପଦେଶ ଦେବା ନରେଶ ଙ୍କୁ ମହଙ୍ଗା ପଡିଲା କି ?

ଅର୍ଗସ ବ୍ୟୁରୋ :ଯାଜପୁର ଜିଲ୍ଲା ର ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ନରେଶ ଚନ୍ଦ୍ର ମହାନ୍ତି ବିଜେଡି ରୁ ନିଲମ୍ବିତ I ଦଳ ବିରୋଧୀ କାର୍ଯ୍ୟ ପାଇଁ ନରେଶ ମହାନ୍ତି ଙ୍କୁ ବିଜେଡି ର ସମ୍ପାଦକ ଦଳରୁ କରିଛନ୍ତି ନିଲମ୍ବିତ I ପୂର୍ବରୁ 2002ରୁ 2007ପର୍ଯ୍ୟନ୍ତ ରସୁଲପୁର ବ୍ଲକ ଉପାଧକ୍ଷ, ତାପରେ 2007ରୁ 2012 ପର୍ଯ୍ୟନ୍ତ ରସୁଲପୁର ଅଧକ୍ଷ,2012ରୁ ଚାରି ବର୍ଷ ଯାଜପୁର ଜିଲ୍ଲା ବିଜେଡି ସଭାପତି ଭାବେ ରହିଥିଲେ I 2017 ମସିହାରୁ 2022 ମସିହା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପରିଷଦ ଅଧକ୍ଷ ପାଦରେ ଥିଲେ I
Download Argus News App
