ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ ରାଜ୍ୟବାସୀଙ୍କୁ ପୁଣି ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ -ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏଥିପାଇଁ ଟ୍ରାଏଲ ରନ ବି ସରିଛି । ବ୍ରହ୍ମପୁରରୁ ବାହାରି ଟ୍ରେନ ବାଲୁଗାଁ - ଖୋର୍ଦ୍ଦା ରୋଡ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଁଞ୍ଚିବ.. ମାତ୍ର 8ରୁ 9 ଘଣ୍ଟା ମଧ୍ୟରେ 586 କିଲୋମିଟର ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ସପ୍ଜାହରେ 6 ଦିନ ଏହି ଟ୍ରେନ ଚାଲିବ.. ଟାଟାନଗରରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନର ଶୁଭ ଉଦଘାଟନ କରିବେ .. ବ୍ରହ୍ମପୁରରେ ଉଘାଟନ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବରିଷ୍ଠ ଅଧିକାରୀ ଓ ବ୍ରହ୍ମୁପର ସାଂସଦ ଷ୍ଟେସନରେ ପ୍ରସ୍ତୁତିର ତଦାରଖ କରିଛନ୍ତି
ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର ଖଡ଼ଗପୁର, ହୋଇ ହାୱଡାରେ ପହଞ୍ଚିବ । ମାତ୍ର 4-5 ଘଣ୍ଟାରେ ଶେଷ ହେବ ଏହି ଯାତ୍ରା। ବନ୍ଦେ ଭାରତ ଟ୍ରେନକୁ ନେଇ ନୂଆପଡ଼ା ଜିଲ୍ଲାରେ ବି ଲୋକଙ୍କ ଭିତରେ ବେଶ ଉତ୍ସାହ । ବିଶାଖାପାଟଣମ-ରାୟପୁର ବନ୍ଦେ ଭାରତ ଏକ୍ସପ୍ରେସ ବିଶାଖାପାଟଣାରୁ ବାହାରି -ବିଜୟନଗରମ-ରାୟଗଡା-କେସିଙ୍ଗା-ଟିଟିଲାଗଡ- କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ- ବାଟ ଦେଇ ରାୟପୁର ରେ ପହଁଞ୍ଚିବ । ଟିଟିଲାଗଡଦେଇ ଟ୍ରେନ ଯାଉଥିବାରୁ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଦେଶରେ 10ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏଥିରେ ଓଡିଶା ପାଇଁ 3ଟି ଟ୍ରେନ ଥିବା ବେଳେ ବନ୍ଦେ ଭାରତରେ ଓଡିଶାରେ ଚାଲିବ ସମୁଦାୟ 6ଟି ଟ୍ରେନ