ଧାନ ଚାଷ ପରେ ତରଭୁଜ ଚାଷ ହିଁ ପରିବାର ପ୍ରତିପୋଷଣର ମୁଖ୍ୟ ମାଧ୍ୟମ ଥିଲା ଏବେ ସେ ବି ଉଜୁଡିଲା । ସେହିପରି ଗବଗାଁ ପଂଚାୟତ ପୁରୁଷୋତ୍ତମପୁର ଗ୍ରାମର 10ଜଣ ଚାଷୀ 60ଲକ୍ଷ ଟଙ୍କା ଖର୍ଚ କରି ତରଭୁଜ ଚାଷ କରିଥିଲେ l ଆଶା କରିଥିଲେ ଏବର୍ଷ ବେଶ କିଛି ଟଙ୍କା ଲାଭ କରିଥାନ୍ତେ କିନ୍ତୁ ସବୁ ପାଣିରେ ନଷ୍ଟ ହେଲା l ରାଜ୍ୟ ବିଜେପି ର କୃଷକ ମୁର୍ଚ୍ଛା ର ସଭାପତି ମହେଶ୍ୱର ସାହୁ ଭୋଗରାଇ ଗସ୍ତ ରେ ଆସି ଚାଷର କ୍ଷୟ କ୍ଷତି ଦେଖିଥିଲେ l ସରକାରଙ୍କ ତରଫରୁ କୌଣସି ଅଧିକାରୀ ଚାଷୀଙ୍କ ପାଖରେ ପହଂଚି ନ ଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ l
ତେବେ ତୁରନ୍ତ ଚାଷୀଙ୍କୁ ସରକାର ତଦନ୍ତ କରି ସହାୟତା ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି l ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଚାଷୀକୁଳ ଆନ୍ଦାଳନ କରିବା ସହିତ ଆଗାମୀ ନିର୍ବାଚନ ରେ ସରକାରଙ୍କୁ ସଠିକ ଜବାବ ଦେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି l
ଅଧିକ ଦେଖନ୍ତୁ :