ସେହିପରି ଆସନ୍ତାକାଲି ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସମେତ ପାହାଡିଆ ଅଞ୍ଚଳରେ ପାହାଡ଼ ଧସିବାର ଆଶଙ୍କା ରହିଛି । କଚା ଘର ସହିତ କଚା ରାସ୍ତା ଗୁଡିକ ଉପରେ ମଧ୍ୟ ପ୍ରଭାବ ପଡିବ । ଖରିଫ ଚାଷ ଦ୍ରବ୍ୟ ଗୁଡିକୁ ଶୀଘ୍ର ଅମଳ କରିବା ପାଇଁ ଚାଷୀ ମାନଙ୍କୁ ସୂଚନା ଦିଆଯାଇଛି । ଏହି ସମୟରେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ପର୍ଯ୍ୟନ୍ତ ଝଡ ପବନ ବହିବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବିଙ୍କୁ ୧୨ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
ପାଣିପାଗ ଖବର ଆହୁରି ପଢ଼ନ୍ତୁ ।
ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା !

ଅର୍ଗସ ବ୍ୟୁରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ଓ କାଲି ରାଜ୍ୟରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଆଜି ଅତି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ।
Download Argus News App
