ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ୧୯ ଲକ୍ଷ ୫୩ ହଜାର ୬୪୭ ଜଣ ପ୍ରଭାବିତ ହୋଇଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୧୧ ଲକ୍ଷ ୩୬ ହଜାର ୯୭୧ ଲୋକ ପ୍ରଭାବିତ ହୋଇଛନ୍ତି । ୫୩ଟି ବ୍ଲକର ୨୭ ଶହ ୮୯ ଗାଁ,୧୪ ପୌରାଞ୍ଚଳ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୬୫ ଘର ଭାଙ୍ଗିଛି। ୩ ହଜାର ୮ ଶହ ୧୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ୩ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରାପଡାରୁ ଦୁଇ ଜଣ ଓ ଖୋର୍ଦ୍ଧାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।
ଲଗାଣ ବର୍ଷାରେ କାନ୍ଥ ଭୁଷୁଡି କାହାର ଜୀବନ ଯାଇଥିବାବେଳେ କିଏ ଭାସି ଯାଇ ଜୀବନ ଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଛନ୍ତି।