ସେହିପରି ଓଡ଼ିଶା ଉପରେ ନାହିଁ ବାତ୍ୟାର ପ୍ରଭାବ । ସୃଷ୍ଟ ଲଘୁଚାପ ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଛି। ଯାହା ୧୯ ତାରିଖ ବେଳକୁ ଏକ ସଦୃଶ ଲଘୁଚାପ ଏବଂ ୨୧ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ପରେ ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର କୌଣସି ପ୍ରଭବ ଓଡିଶା ଉପରେ ପଡ଼ିବ ନାହିଁ ।

ଭୁବନେଶ୍ଵର : ତାପମାତ୍ରା ବଢିବା ସହ ତାତି ବଢୁଛି। ବଲାଙ୍ଗୀରର ତାପମାତ୍ରା ୪୦.୫ ରହୁଥିବା ବେଳେ ଅଲଗା ଜିଲ୍ଲାର ତାପମାତ୍ରା ବି ବଢିବାରେ ଲାଗିଛି। ୯ଟି ଜିଲ୍ଲାର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି । ଟ୍ଵିନ ସିଟିର ତାପମାତ୍ରା ବି ବଢିବାରେ ଲାଗିଛି। ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୮ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ଆଜିର ଦିନରେ ନେମାଳ ପଦ୍ମବନ ପୀଠରେ ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ ସେଇ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ।
ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସାରା ରାଜ୍ୟରୁ କୋଣ ଅନୁକୋଣରୁ ବହୁ ଭକ୍ତ ଓ ସାଧୁସନ୍ଥ ମାନେ ଏକାଠି ହୋଇଥାନ୍ତି l ଏବଂ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥାଏ l
ଆସନ୍ତୁ ଦେଖିବା ନେମାଳ ପିଠାରୁ ଏହି ସ୍ପେସିଆଲ ରିପୋର୍ଟ। ଏ ହେଉଛି କଟକ ଜିଲ୍ଲା ମାଳିକା କ୍ଷେତ୍ର ନେମାଳ। ପଦ୍ମବନ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ପାଳିତ ହେଉଛି ମହାପୁରୁଷଙ୍କ ପବିତ୍ର ଦେବସ୍ନାନ ଉତ୍ସବ। ସମୟ ନିର୍ଘଣ୍ଟ ଅନୁସାରେ ପ୍ରାପ୍ତ ସକାଳୁ ବିଭିନ୍ନ ନୀତିକାନ୍ତି ଚାଲୁଅଛି। ବିଭିନ୍ନ ଆଡୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରୁଛନ୍ତି। କୁହାଯାଏ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଠାରୁ ଏଠାରେ ମହାପୁରୁଷଙ୍କୁ ଦର୍ଶନ କଲେ ଅଧିକ ପୁଣ୍ୟ ମିଳିଥାଏ।
ଏହି ନେମାଳ ପିଠ ଭକ୍ତ ମାନଙ୍କ ପାଇଁ ଭୋଗ ଦୋକାନ ଠାରୁ ଆରମ୍ଭ କରି ବହୁ ଦୋକାନ ବଜ଼ାର ପଡିଥାଏ l ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ ଖରାଦିନ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ପାଣି ଓ ଦହି ଏବଂ କାକରା ପିଠା ଭଳି ସାମଗ୍ରୀ ଦେଇଥାନ୍ତି l ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ବାରିକେଡ ମଧ୍ୟ କରାଯାଇଛି l ଯେମିତି କି ଲାଇନରେ ରହି ଭକ୍ତ ମାନେ ସୁରୁଖୁରୁରେ ଦର୍ଶନ କରିପାରିବେ l ଆଜି ର ଦିନ ଲକ୍ଷାଧିକ ଭକ୍ତ ମାନେ ଆସନ୍ତି ସେଥିପାଇଁ ପାଇଁ କଟକ ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

ଅର୍ଗସ ବ୍ୟୁରୋ: ଗଙ୍ଗାନଦୀରେ ଭୁଶୁଡ଼ି ପଡ଼ିଲା ସିଏମ ନୀତୀଶ କୁମାରଙ୍କ ଡ୍ରିମ ପ୍ରୋଜେକ୍ଟ । ବିହାର ଭାଗଲପୁରରେ ଗଙ୍ଗା ନଦୀ ଉପରେ 1750 କୋଟି ବ୍ୟୟରେ ନିର୍ମାଣଧୀନ ଫୋର-ଲେନ ବ୍ରିଜ ଭୁଶୁଡ଼ି ପଡ଼ିଛି । ଖଗଡ଼ିଆ ଓ ଭାଗଲପୁରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବ୍ରିଜର 30ରୁ ଅଧିକ ସ୍ଲାବ ଢଳିପଡ଼ିଛି । ଗତବର୍ଷ ଏପ୍ରିଲ 27ରେ ମଧ୍ୟ ବ୍ରିଜର ଗୋଟିଏ ସେଗମେଣ୍ଟ ଭୁଶୁଡ଼ି ପଡ଼ିଥିଲା ।
2015ରୁ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣ କାର୍ଯ୍ୟ 80 ପ୍ରତିଶତ ଶେଷ ହୋଇଥିବାବେଳେ ଆଜି ସଂଧ୍ୟାରେ ଭୁଶୁଡ଼ି ପଡ଼ିଛି । ଏସପି ସିଙ୍ଗଲା କମ୍ପାନି ଦ୍ବାରା ଏହି ବ୍ରିଜର ନିର୍ମାଣ ହେଉଥିଲା । ଦୁଇଥର ବ୍ରିଜ ଭୁଶୁଡ଼ି ପଡ଼ିଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି ।
#WATCH | Under construction Aguwani-Sultanganj bridge in Bihar’s Bhagalpur collapses. The moment when bridge collapsed was caught on video by locals. This is the second time the bridge has collapsed. Further details awaited.
(Source: Video shot by locals) pic.twitter.com/a44D2RVQQO — ANI (@ANI) June 4, 2023
ଆହୁରି ପଢନ୍ତୁ ଭାରତ ଖବର...

କଟକ: ପାରିବାରିକ ହିଂସାରୁ ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ । ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାସରସିକପୁର ଅଞ୍ଚଳରେ । ମୃତକ ଜଣକ ହେଲେ ୫୦ ବର୍ଷୀୟ ଜଗନ୍ନାଥ ପ୍ରଧାନ । ଆଜି ଅପରାହ୍ନ 4ଟା ସମୟରେ ଜଗନ୍ନାଥ ପ୍ରଧାନ ରାସରସିକପୁର ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଏକ ଗଛ ମୂଳେ ଶୋଇଥିବା ସମୟରେ ସାନ ଭାଇ ଟୁକୁନା ପ୍ରଧାନ ଏକ ପଥରରେ ଛେଚି ହତ୍ୟା କରିଥିବା ଆଠଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ପରିବାର ଲୋକଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଆଠଗଡ ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ହତ୍ୟା ବେଳର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।
ଆହୁରି ପଢନ୍ତୁ ଅପରାଧ ଖବର...
