ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଗୁରୁବାର ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଇଣ୍ଡୋ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ବିଏସଏଫ ଟିମ୍ ମାଲଦା ଜିଲ୍ଲାର ସୀମା ନିକଟରେ ଥିବା ବ୍ୟକ୍ତିଙ୍କୁ ଅଟକାଇଥିଲା। ତାଙ୍କୁ ବିଏସ୍ଏଫ୍ ଅଧିକାରୀ, ସ୍ଥାନୀୟ ପୋଲିସ୍ ଅଧିକାରୀ ଏବଂ ଗୁପ୍ତଚର ଏଜେନ୍ସିର ଅଧିକାରୀମାନେ ପଚରାଉଚରା କରୁଛନ୍ତି। ଅନୁସନ୍ଧାନ ସମାପ୍ତ ହେବା ପରେ ହିଁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ହେବ।
ବିଏସଏଫରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ଚାଇନାର ନାଗରିକଙ୍କଠାରୁ ଏକ ଲାପଟପ୍, ଚାଇନାର ପାସପୋର୍ଟ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଉଦ୍ଧାର କରାଯାଇଛି।