ଭଗବାନ ଭକ୍ତଙ୍କ ମାନସିକ ପୂରଣ କରିଥିବାରୁ ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରି ଆଶିଷ ଲାଭ କରିବା ପାଇଁ ନିଜ ଦେହକୁ କଷ୍ଟ ଦେଇ ପାଟୁଆ ସାଜି ଥାଆନ୍ତି।ବିଭିନ୍ନ ପ୍ରକାରର ପାଟୁଆ ଥାଆନ୍ତି,ଖଣ୍ଡା ପାଟୁଆ, କଣ୍ଟା ପାଟୁଆ, ଅଗ୍ନିପାଟୁଆ,ଶ୍ରୀ ପାଟୁଆ, ବେତ ପାଟୁଆ ଏହି ପାଟୁଆମାନେ ଉପବାସ ରହି ଦେହକୁ କଷ୍ଟ ଦେଇ ଝାମୁ ଲାଗିବା ଯାଏ କିଛିବି ଅନ୍ନଜଳ ଗ୍ରହଣ କରନ୍ତି ନାହିଁ।ଝାମୁ ଲାଗିବା ପରେ ଗଙ୍ଗେଶ୍ୱର ଙ୍କ ଦର୍ଶନ କରି ପାଦୁକା ଧଣ୍ଡା ପାଇ ଓଷା ଫିଟେଇଥାନ୍ତି। ଯେତେ ବେଳେ ପାଟୁଆ ମାନେ ଗଙ୍ଗେଶ୍ୱର ଙ୍କ ଦର୍ଶନ ପାଇଁ ଆସନ୍ତି ଘଣ୍ଟ, ମୃଦଙ୍ଗ, ହୁଳହୁଳିର ଶ୍ୱରରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠେ। ଭଗବାନ ଏବଂ ଭକ୍ତଙ୍କ ର ଅତୁଟ ସମ୍ପର୍କ ପାଟୁଆ ଯାତ୍ରାର ମହତ୍ତ୍ଵ।
ଅଧିକ ପଢନ୍ତୁ : ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ମହାପାଟ ପର୍ବ
ପାଟୁଆ ଯାତ୍ରା ପାଇଁ ଗଙ୍ଗେଶ୍ୱର ପୀଠ ଦଶଦିନ ଧରି ଚଳଚଞ୍ଚଳ ହୋଇ ଉଠେ।ଏହି ପୀଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ।ଘର କରଣା ଜିନିଷପତ୍ର ଠୁ ଆରମ୍ଭ ବିଭିନ୍ନ ପ୍ରକାର ଦୋକାନ ପତ୍ର ପଡିଥାଏ।ଯାତ୍ରା ପରିଚାଳନା ଶାନ୍ତି ଶୃଙ୍ଖଳା ପାଇଁ ପଞ୍ଚାୟତ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥାଏ।ସବୁବର୍ଷ ଭଳି ଚଳିତ ବର୍ଷ ଗଙ୍ଗେଶ୍ୱର ଙ୍କ କୃପାରୁ ଶାନ୍ତି ଶୃଙ୍ଖଳା ସହ ପାଟୁଆ ଯାତ୍ରା ବା ଝାମୁ ଯାତ୍ରା ଶେଷ ହୋଇଛି।