ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଥାଏ। ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମାରେ ଦୋଳବେଦୀରେ ମହାପ୍ରଭୁ ଭକ୍ତଙ୍କ ସହ ଝିମିରି ଫଗୁ ଓ ଅବିର ଖେଳିବା ସହ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କୁ ରତ୍ନସିଂହାସନରେ ଦର୍ଶନ ଦେବେ ।
ଆହୁରି ପଢନ୍ତୁ ଓଡିଶା ଖବର...