ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଓଡିଶାକୁ ପୁଣି ବ୍ରିଟିଶ ଶାସନ ଫେରୁ ବୋଲି ଚାହୁଁଛନ୍ତି କି ବିଜେଡ଼ି ନେତା ? ବବି କହିଲେ ନବରଙ୍ଗପୁରକୁ ସିଏମଓ ଆସିଛନ୍ତି । ହେଲେ ପ୍ରଶ୍ନ ସିଏମଓ କିଏ ? 5 T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା ସିଏମଓ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି କେତେବେଳେ ପ୍ରମୁଖ ସଚିବ କେତେବେଳେ ବ୍ୟକ୍ତିଗତ ସଚିବ ନା 5 T... କିଏ ଏ ଭିତରୁ ସିଏମଓ । ବବି ଦାସ କହୁଛନ୍ତି ମୁଁ ସବୁ ଜାଗାକୁ ଯାଏ ।
ଯଦି ଆପଣଙ୍କ ଯୋଗ୍ୟତା ଅଛି ତାହେଲେ ନବୀନ ଆପଣଙ୍କୁ ମନ୍ତ୍ରୀ କାହିଁ କଲେନାହିଁ। ଅର୍ଥାତ ନବୀନ ଯୋଗ୍ୟ ଲୋକଙ୍କୁ ମନ୍ତ୍ରୀ କରନ୍ତି ନାହିଁ । ଏହା ଦୁଃଖ ଆଉ ପରିତାପର ବିଷୟ । ନିଜ ଚାକିରୀ ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି । ଲୋକଙ୍କର ନୁହେଁ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି ଦାସ । ଏକଥା ସ୍ପଷ୍ଟ କହି ଦିଅନ୍ତୁ । ଜଣେ ଜନ ପ୍ରତିନିଧି ହିସାବରେ ଆପଣ ଓଡ଼ିଶା ଲୋକଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: