ରାତି ପାହିଲେ ଝାରସୁଗୁଡ଼ା ରେଜଲ୍ଟ । ଝାରସୁଗୁଡ଼ା ନିର୍ବାଚନ ପୂର୍ବରୁ ବିଜେଡି ନେତା ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିବେ କହି ଛାତି ପିଟୁଥିଲେ । କିନ୍ତୁ ନିର୍ବାଚନ ସରୁସରୁ ଏବେ ଖେଳ ଯେମିତି ବଦଳିଯାଇଛି । ଓଭର କନଫିଡେନ୍ସରେ ଉବୁଟୁବୁ ହେଉଥିବା ବିଜେଡି ନେତା ଏବେ ବିଜୟ ବ୍ୟବଧାନ କମିଯିବ ବୋଲି କହିଲେଣି ।
ଝାରସୁଗୁଡ଼ା ନିର୍ବାଚନ ପାଇଁ ବିଜେଡି ଅସ୍ତ୍ର କରିଥିବା ନବ ଦାସଙ୍କ ମୃତ୍ୟୁ ପରର ସମବେଦନାକୁ । ସମବେଦନା ବଳରେ ନିର୍ବାଚନ ଜିତିବାର ଲକ୍ଷ୍ୟ ରଖିଥିଲା । ତେବେ ହଠାତ୍ କନଫିଡେନ୍ସ ଡାଉନ୍ ହେଲା କାହିଁକି ? ପଶ୍ଚିମ ଓଡ଼ିଶା ଦଖଲ ପାଇଁ ସ୍ବର୍ଗତ ନବ ଦାସଙ୍କ ସହ ସୁଶାନ୍ତ ସିଂଙ୍କର ଟସଲ୍ ଚାଲିଥିବା କଥା ସମସ୍ତେ ଜାଣିଥିଲେ ।
ହେଲେ ନବଙ୍କ ଅବର୍ତ୍ତମାନରେ ସୁଶାନ୍ତଙ୍କ ସହ ଥିବା ପୁରୁଣା ଶତ୍ରୁତା ଆଉ ବିଜେଡି ଆଗରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇନାହିଁ ତ । ସମବେଦନାର ରଥ ଆଉ ଜନ ଆକ୍ରୋଶ ରୋକି ଦେବନି ତ ? ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା, ଆଲୋଚନା ଚାଲିଥିବା ବେଳେ ଆସନ୍ତାକାଲି କାଉଣ୍ଟିଂ ପାଇଁ ସବୁ ପ୍ରସ୍ତୁତି ସରିଥିବା କହିଛି ପ୍ରଶାସନ । ସକାଳ ୮ରୁ ଗଣତି ଆରମ୍ଭ ହେବ । ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ୍ ଗଣତି ହେବ ।
ସେପଟେ କର୍ଣ୍ଣାଟକ କନଫ୍ୟୁଜନକୁ ନେଇ ବି ସସପେନ୍ସ । ବିଶେଷ କରି ଅଧିକାଂଶ ଏକଜିଟ୍ ପୋଲ୍ ଆକଳନରେ ରାଜ୍ୟରେ ଝୁଲା ବିଧାନସଭା ହେବାର ସମ୍ଭାବନା ଥିବାରୁ ଏବେ ଏକ୍ସସାଇଟମେଣ୍ଟ ହାଇ ।
ଏଥିସହ କର୍ଣ୍ଣାଟକରେ ଲଗାତାର କୌଣସି ଦଳ ସରକାର ଗଢ଼ୁ ନ ଥିବା ବେଳେ ଏଥର ବିଜେପି ସେହି କାରନାମା କରି ପାରିବ କି ନାହିଁ ତାହା ଉପରେ ନଜର ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଣ୍ଟ୍ରି କର୍ଣ୍ଣାଟକ ମିଶାଣ, ଫେଡ଼ାଣକୁ ରୋଚକ କରି ଦେଇଥିବା ବେଳେ ବିଜେପି ବାଜି ମାରିଲେ ୨୦୨୪ର ରାସ୍ତା ଏକ ପ୍ରକାର ସହଜ ହୋଇଯିବ କହିଲେ ଚଳେ । କର୍ଣ୍ଣାଟକର ଟ୍ରେଣ୍ଡ ଅନୁସାରେ ସରକାରରେ ଯିଏ ରହିଲେ ଲୋକସଭାରେ ବିଜେପିକୁ ମିଳେ ବିପୁଳ ଜନ ସମର୍ଥନ । ତେଣୁ କଂଗ୍ରେସ ସରକାର ଗଢ଼ିବାରେ ସକ୍ଷମ ହେଲେ ବି ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭରସିବେ ଭୋଟର୍ । ତେଣୁ ଆସନ୍ତାକାଲିର ରେଜଲ୍ଟ ଉପରେ ପୂରା ଦେଶର ନଜର ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର