ବବିଙ୍କ ଏପରି ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସିଏମଓ ଏଠାକୁ ଆସିଥିବାର ସଫେଇ ଦେଇଥିଲେ ବବି । ଆଉ ସିଏମଓ କିଏ କି ବୋଲି ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଗୋଲକ । ଆଉ କହିଛନ୍ତି ଏକ ଚିନ୍ତାଧାରା ସିଏମଓ ହେଲା କେମିତି ?
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଧାୟକ ହୋଇ ମଧ୍ୟ ଯେମିତି ଅମଲାଙ୍କ ନିକଟରେ ଅସହାୟ ପ୍ରକାଶ କରିଛନ୍ତି ଏହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ଆଉ ବବି ଦାସ ଲୋକଙ୍କର ନୁହଁନ୍ତି ବରଂ ଅଫିସରଙ୍କ କ୍ରୀତଦାସ ବୋଲି କହିଛନ୍ତି ସାଧାରଣ ଜନତା ।
ରାଜ୍ୟରେ ଚାଲିଛି ଅଫିସର ରାଜ । ଅଫିସରଙ୍କ ଆଗରେ ଅସହାୟ ପ୍ରକାଶ କରୁଛନ୍ତି ରାଜନେତା । ଏହି ପ୍ରସଙ୍ଗ ନେଇ ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠିଛି । ଆଉ ସରକାରଙ୍କୁ ସବୁବେଳେ ଟାର୍ଗେଟ କରିଛନ୍ତି ବିରୋଧୀ । ହେଲେ ଏହାସତ୍ୱେ ମଧ୍ୟ ଶାସକ ବିଜେଡି ଦଳର ବିଧାୟକଙ୍କର ଅମଲା ଆଗରେ ଏପରି ଅସହାୟତା ବଡ ପ୍ରଶ୍ନ ଛିଡା କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର