ଘଟଣା ରାଜଧାନୀ ଭୁବନେଶ୍ୱର ଭରତପୁର ଅଞ୍ଚଳର। ଅଭିଯୋଗକାରୀ ସ୍ୱାମୀଙ୍କ କହିବାନୁଯାୟୀ, ପିପିଲି ଅଞ୍ଚଳର ଏହି ଯୁବତୀଙ୍କୁ ସେ ବିବାହ କରିଥିଲେ। ଚଉଠି ରାତିରେ କିନ୍ତୁ ଦୁହେଁ ଏକାଠି ନ ଥିଲା। ଦେହ ଭଲ ନାହିଁ କହି ପତ୍ନୀ ତାଙ୍କଠୁ ଅଲଗା ଶୋଇଥିଲେ। ମଉଳିଗଲା ସ୍ବାମୀଙ୍କ ଫୁଲଶେଯ। ଆଉ ସେପଟେ ପ୍ରେମିକ ସହ ରାତିକୁ ରଙ୍ଗିନ୍ କରିବାକୁ ନୂଆବୋହୂ ଭୁଲିଗଲା ସବୁ ମର୍ଯାଦା। ଦେହରୁ କପଡା ଉତାରି, ଅଶ୍ଲୀଳ ଚାଟିଂରେ ମାତିଲେ ପ୍ରେମିକ ସହ। ଏତିକି ବେଳକୁ ଅଶଂଯତ ଅବସ୍ଥାରେ ତାଙ୍କ ହାତ ବାଜି କିଛି ଗୋଟେ ପଡିଗଲା। ସ୍ବାମୀ ଦଉଡି ଆସିଲେ ପତ୍ନୀ ଶୋଇଥିବା ଘରକୁ। ଆଉ ଯାହା ଦେଖିଲେ, ତାକୁ ବିଶ୍ବାସ କରିପାରିଲେ ନାହିଁ।
ପତ୍ନୀଙ୍କ ଧୋକା ଧରାପଡିଯାଇଥିଲା। ହେଲେ ଗୋଡଧରି ଭୁଲ ମାଗିଲେ ପତ୍ନୀ। ହାତରେ ଘା, ଦେଖି କେହି ହାତ କାଟେନି। ସ୍ବାମୀ ବି କ୍ଷମା କଲେ।
ପରଦିନ ସକାଳୁ କିନ୍ତୁ ଖେଳ ହେଲା ଅଲଗା ପ୍ରକାର। ମାନସିକ ଅଛି କହି ସ୍ବାମୀଙ୍କ ସହ ମନ୍ଦିର ଗଲେ ପତ୍ନୀ। ପ୍ରଥମେ ଇସ୍କନ ତା ପରେ ଲିଙ୍ଗରାଜ । ଆଉ ସେଇଠି ବାପଘର ଲୋକଙ୍କୁ ଲଗାଇ ସ୍ବାମୀଙ୍କୁ ମାଡ଼ ଖୁଆଇଲେ। ଆଉ ବାପ ଘର ଗାଡିରେ ସୁନା, ଗହଣା ନେଇ ଚମ୍ପଟ ମାରିଲେ।
ଘଟଣା ପରେ ପିଡିତ ସ୍ବାମୀ ଏବେ ଭରତପୁର ଆଉ ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି। ଆଉ କହିଛନ୍ତି, ସୁନ୍ଦରୀ ଦେଖି ବାହା ହୋଇଥିଲି ହେଲେ ଘର ଦ୍ବାର ତାଙ୍କ କିଛି ଦେଖିନୁ। ଆମେ ଫଶିଗଲୁ।