ଖେଳାଳି ମାନେ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ ଓ ଖେଳକୁଦ ଯାରି ରଖିଛନ୍ତି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ୧୧ ତାରିଖ ସୁଦ୍ଧା ତାମିଲନାଡୁ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶାରେ ଏହାର ପ୍ରଭାବ ଏତେଟା ନ ପଡ଼ିଲେ ମଧ୍ୟ କିଛି ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହା ଫଳରେ ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବ ।
ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡ଼ି: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ତାପମାତ୍ର ୧୫ ଡିଗ୍ରୀ ତଳେ ଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ସର୍ବନିମ୍ନ ରହିଛି । ସକାଳୁ କୁହୁଡ଼ି ଓ କାକର ଟୋପାରେ ମୋତିର ଭ୍ରମ ସୃଷ୍ଟି କରୁଛି ଫୁଲ ପତ୍ର । ପହିଲି ଶୀତର ବେସ୍ ମଜା ନେଉଛନ୍ତି ଅଞ୍ଚଳବାସୀ । ଶୀତୁଆ ସକାଳରେ ନିଜକୁ ଫିଟ୍ ରଖିବାକୁ ଯୋଗ, ବ୍ୟାୟାମ, ପ୍ରାତଃ ଭ୍ରମଣ କରୁଛନ୍ତି ସବୁ ବର୍ଗର ଲୋକେ ।
Download Argus News App
