ରାଜ୍ୟର ଅନେକ ରାଜନେତା ଓ ପ୍ରଯୋଜକ ତାଙ୍କ ଜାଲରେ ଅନେକ ଥର ଫଶିଛନ୍ତି। ଯାହାଙ୍କ ପଖରୁ ଅର୍ଚ୍ଚନା ଭଲ ଆମଦାନୀ କରିଛନ୍ତି। ଏଇ କୋଠା ସାଙ୍ଗକୁ ଏକାଧିକ ଦାମିକା ଗାଡି ଏହାର ପ୍ରମାଣ ଦେଉଛି।
ପୁଲିସ କହୁଛି, ବଡ଼ବଡ଼ ରାଜନେତା, ଫିଲ୍ମ ପ୍ରଡୁସରଙ୍କୁ ଅର୍ଚ୍ଚନା ଚୁଟକିରେ ପଟାଇ ଦେଉଥିଲେ। ନିଜ ରୂପ ଆଉ ଯୌବନର ଲୋଭ ଦେଖାଇ, ଗୋଟିଏ ନିର୍ଦ୍ଧିଷ୍ଠ ସ୍ଥାନକୁ ଡାକି ନେଉଥିଲେ। ଅନ୍ତରଙ୍ଗ ଆଳାପ। ଏକାଧିକ ବାର ଫୋନ କଲରେ ଫଶାଉଥିଲେ। ଆଉ ତା ପରେ ସେକ୍ସ କରିବାକୁ ନିଜ ଆଡୁ ଅଫର କରୁଥିଲେ ଅର୍ଚ୍ଚନା।
କିନ୍ତୁ ଏହା ସବୁ ସୁଚିନ୍ତିତ ଥିଲା। ଯେଉଁ ଘରକୁ ସେ ଡାକୁଥିଲେ, ସେଠାରେ ପୂର୍ବରୁ ପ୍ରସ୍ତୁତ ରହୁଥିଲା ସିସି କ୍ୟାମେରା। ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଆଉ ଭିଡିଓ ଉତ୍ତୋଳନ କରାଯିବା ପରେ, ତାକୁ ନେଇ ଆରମ୍ଭ ହେଉଥିଲା ବ୍ଲାକମେଲିଂ।
ଅର୍ଚ୍ଚନା ଅନେକ ଦାମୀ କାର ଓ ବାଇକ୍ ବ୍ୟବହାର କରୁଛନ୍ତି। ଗତକାଲି ଖଣ୍ଡଗିରି ପୁଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କଠାରୁ ୨ଟି ପେନଡ୍ରାଇଭ୍ ଓ ୨ଟି ମୋବାଇଲ ଜବତ ହୋଇଛି।
ଅର୍ଚ୍ଚନା ନାଗ ଉଚ୍ଚ ଶିକ୍ଷିତା। ଆଇନ ପାଠ ପଢ଼ିଛନ୍ତି। ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏଭଳି କଳା କାରନାମାରେ ସହାୟତା କରୁଥିବା ପୁଲିସ ସନ୍ଦେହ କରୁଛି। ଜଣାପଡ଼ିଛି କିଛି ଦିନ ପୂର୍ବରୁ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକମେଲ୍ କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଥିଲେ। ପୁଲିସ ଘଟଣାର ତଦନ୍ତ କରିଥିଲା। କିନ୍ତୁ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁ ନ ଥିଲେ। ୨୦୨୧ରୁ ଏ ପର୍ଯ୍ୟନ୍ତ ତାଙ୍କ ନାଁରେ ୩ଟି ଏଭଳି ମାମଲା ରହିଛି।