କୁଆଡ଼େ ଗଲେ ଶ୍ରୀମୟୀ, ସୁଲତା, ସ୍ନେହାଙ୍ଗିନୀ, ସୁଲୋଚନା, ଟୁକୁନି ଓ ଇପ୍ସିତା ?
ରାଜ୍ୟରେ ଯଦି କିଛି ଇସ୍ୟୁ ହେଲା ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ସାମ୍ନାରେ ଗଳା ଖୋଲି ଚିଲେଇବାରେ ବ୍ୟସ୍ତ ରୁହନ୍ତି ଏମାନେ । ହେଲେ ଯଦି ତର୍ଜମା କରିବେ ଆପଣ...ତେବେ ସ୍ପଷ୍ଟ ଜାଣିପାରିବେ କି ବର୍ଷବର୍ଷ ହେଲା ଶାସକ ଦଳ ନେତାଙ୍କ ବିରୋଧରେ ଆସିଥିବା ମାମଲାରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ଏମାନେ ।
ଯେମିତିକି ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ସହ ମମିତା ମେହେର ହତ୍ୟା କାଣ୍ଡରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କରଙ୍କର ସଂପୃକ୍ତି ହେଉ । ଖାଲି ଏମାନେ ନୁହନ୍ତି ବରଂ ମହାଙ୍ଗା ଡବର ମର୍ଡର କେସ୍ରେ ପ୍ରତାପ ଜେନା, ସଂଜୁକ୍ତା ମହଲାଙ୍କ ମାମଲାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋମାଲିକାଙ୍କ ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ଭିଡିଓ ଭାଇରାଲ ହେଉ । ଅଭିଯୋଗ ଏତିକିରେ ସରିନି ବରଂ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଧାୟକ ସମୀର ଦାସଙ୍କ ସଂପୃକ୍ତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ହେଲେ ପୂରା ଘଟଣାର କ୍ସାଏମାକ୍ସ ଜଣାପଡିବା ପରେ ବି ଶଙ୍ଖ ଦଳର ନାରୀ ନେତ୍ରୀମାନେ ମୁହଁ ଖୋଲିବାକୁ ସାହସ କଲେନି ।
କୁହାଯାଉଛି, କି ଶଙ୍ଖ ଦଳର ନେତ୍ରୀମାନେ କାଳେ ଦଳୀୟ ନେତାଙ୍କ ବିରୋଧରେ କିଛି କହିବାକୁ ଅନୁମତି ନାହିଁ । ଏମିତିକି ଦଳୀୟ ପକ୍ଷରୁ କାଳେ ଅନଔପଚାରିକ ଭାବରେ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଣଦେଖା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେଣୁ ମୁହଁ ଫିଟାଉନାହାନ୍ତି ଏହି ନାରୀନେତ୍ରୀମାନେ । ହେଲେ କାହିଁକି ମୁହଁ ଖୋଲୁନାହାନ୍ତି ସେନେଇ ଦଳ ପକ୍ଷରୁ କୌଣସ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।