ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରାପଡା କଥା ଯଦି କହିବା, ଅନେକ ସମୟରେ ମଦକୁ ବିରୋଧ କରି ଶତାଧିକ ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଉଛନ୍ତି । ଆଜି ମଧ୍ୟ ଗରଦପୁର ବ୍ଲକରେ ଥିବା ବେହୁଳ ଗ୍ରାମରେ ଚୋରା ମଦ କାରବାରକୁ ବିରୋଧକରୀ, ଗ୍ରାମର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ଗ୍ରାମର ଜଣେ ମଦ ବ୍ୟବସାୟୀ ରମେଶ ମାହାଳିଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଝିଅ ବୋହୁ ମାନଙ୍କର ଗ୍ରାମରେ ଚଳିବା କଷ୍ଟକର ହୋଇପଡ଼ିଲାଣି ।
ନାନା ପ୍ରକାରର ଅକଥନୀୟ ଅତ୍ୟାଚାରର ଶିକାର ମଧ୍ୟ ହେଉଛନ୍ତି । ଅନ୍ୟପଟେ ଏଭଳି ଘଟଣାକୁ ରୋକିବାକୁ ଅକ୍ଷମ ହୋଇଛି କୁଦାନଗରୀ ଥାନା ଅଧିକାରୀ । ଫଳରେ ନିଜ ପୁଅ, ସ୍ୱାମୀଙ୍କୁ ବାଟକୁ ଆଣିବାପାଇଁ ଏବଂ ଏଭଳି ଚୋରା ମଦ କାରବାର ରୋକିବାପାଇଁ,ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଛନ୍ତି ।