ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଷ୍ଟିଲ ସିଟି ରାଉରକେଲାରେ ରାଜ୍ୟର ଅଗ୍ରଣୀ ଘରୋଇ ନ୍ୟୁଜ ଚ୍ୟାନେଲ ଅର୍ଗସ ପକ୍ଷରୁ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍ । ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍ । ଅର୍ଗସର ମୁଖ୍ୟ ସମ୍ପାଦକ ସଂଜୟ ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଗସର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଭାରତୀୟ ହକି ଦଳର ପୁର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି । ଏଥିରେ ରାଜ୍ୟରେ ଅନେକ ମହିଳା କ୍ରୀଡାବିତ ଯୋଗଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ମାନେ ଏପ୍ରିଲ ୩୦ ତାରିଖ ହେଉଛି ଭାରତୀୟ ଷ୍ଟାର କ୍ୟାପଟେନ ରୋହିତ ଶର୍ମାଙ୍କ ଜନ୍ମଦିନ। ଆଜି ରୋହିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ହିଟମ୍ୟାନ ରୋହିତ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଫ୍ୟାନଙ୍କ ହୃଦୟରେ ରାଜ କରୁଛନ୍ତି। କିନ୍ତୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ ଟିମରେ ସାଧାରଣ ପ୍ଲେୟର ଭାବେ ମ୍ୟାଚ ଖେଳୁଛନ୍ତି। କାରଣ ତାଙ୍କ କ୍ୟାପଟେନ୍ସି ପଦ ଛଡ଼ାଇ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏଥିପାଇଁ ଭାରତୀୟ ଫ୍ୟାନ ଫଲୋର୍ସ ଖପ୍ପା।
କାରଣ ଲୋକେ ରୋହିତଙ୍କୁ ଭରସା କରିବା ସହ ରୋହିତଙ୍କ ସ୍ଥାନକୁ ବହୁତ ଉପରେ ରଖିଛନ୍ତି। ଲୋକେ ଚାହୁଁଛନ୍ତି ରୋହିତ ପୁଣିଥରେ MIର କ୍ୟାପଟେନ ହୁଅନ୍ତୁ।
ତେବେ ଆଜି ଚାଲନ୍ତୁ ଜାଣିବା କିଛି ହିଟମାନଙ୍କ ବିଷୟରେ କିଛି ଅଜଣା କଥା। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଓ୍ବାନଡେ କ୍ରିକେଟରେ ୩ଥର ଦ୍ବିଶତକ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ଓ୍ବାନଡେ କ୍ରିକେଟରେ ଏକ ମ୍ୟାଚରେ ୨୬୪ ରନ କରି ବିଶ୍ବ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ପିଲାବେଳୁ ଜଣେ ବୋଲର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଚ ଦିନେଶ ଲାଡ ତାଙ୍କୁ ବ୍ୟାଟ୍ସମ୍ୟାନ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଭାଗ୍ୟ ସତେ ଯେମିତି ବଦଳି ଯାଇଥିଲା। ରୋହିତ ଏମିତି ଜଣେ ପ୍ଲେୟର ଯିଏ ଷ୍ଟାଡିୟମରେ ଛିଡ଼ା ହୋଇ ବଡ଼ ବଡ଼ ଛକା ମାରି ଫ୍ୟାନଙ୍କୁ ଖୁସି କରିଦିଅନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ବୌଦ୍ଧ: ନାରାୟଣପୁରର ଟେକମେଟ ଓ କାକ୍କୁର ଜଙ୍ଗଲରେ ଏନକାଉଣ୍ଟର । ଟଳିଲେ 7 ହାର୍ଡକୋର ମାଓବାଦୀ ।
ଏନକାଉଣ୍ଟରରେ 2 ମହିଳା ମାଓବାଦୀଙ୍କ ସମେତ 7 ହାର୍ଡକୋର ମାଓବାଦୀ ମୃତ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ରେ 60, ମୟୁରଭଞ୍ଜ ରେ 50 ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇଛି । ତେଣୁ ପିକ ଆୱାରରେ ଘରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢନ୍ତୁ : ଆହୁରି ୨ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା
ତେବେ ଯଦି ଅତ୍ୟଧିକ ଖରାରେ ମୁଣ୍ଡ ବୁଲାଇଲେ କିମ୍ବା ଗଳା ଶୁଖିଗଲେ ତୁରନ୍ତ ଡାକ୍ତର ଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳା ବେଶି ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ର ପରାମର୍ଶ ଦିଆଯାଇଛି ।