ବିଧାୟକ ପର୍ଶୁରାମ ଧଡାଙ୍କର ଏପରି ଧମକପୂର୍ଣ୍ଣ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ରକ୍ତଦାନ କରି ବିଧାୟକଙ୍କ ଦ୍ୱାରା କର୍ମୀ ଏକ ପ୍ରକାର ବାସନ୍ଦ ହେବା ଘଟଣା ବାଲେଶ୍ୱର ବିଜେଡି ରାଜନୀତିକୁ ସରଗରମ କରିଛି ।
ସୂଚନା ଥାଉକି ଗତ ୧୮ ତାରିଖରେ ସୋର ଶିଶୁ ମନ୍ଦିରରେ ଶ୍ରୀରାମ ସେନା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାଲେଶ୍ବର ଜୋନ ବିଜୁ ଯୁବ ଜନତା ସଭାପତି ଜୟରାମ ଦାସ ଯୋଗ ଦେଇଥିଲେ । ବାସ ଏତିକିରେ ବିଧାୟକଙ୍କ ରାଗ ପଞ୍ଚମରେ ପହଁଚି ଯାଇଥିଲ । ଏବଂ ଏକ ଭିନ୍ନ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ଆକ୍ଷେପ କରି କଥା କହୁଥିବା ଶୁଣିବାକୁ ମିଳିଛି । ତେବେ କିଛିଦିନ ତଳେ ଚାନ୍ଦବାଲି ବିଧାୟକ ପୁଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରି ବିବାଦ ଭିତରକୁ ଆସିଥିବା ବେଳେ ଆଜି ଆଉ ଏକ ଅଡିଓ ରେକଡିଙ୍ଗ ପୁଣି ଶାସକ ଦଳକୁ ବିବାଦ ଘେରକୁ ଟାଣି ଆଣିଛି ।